Latest Odisha News

BREAKING NEWS

ସାନିଟାଇଜ ହେଲା ରାଜଧାନୀ ଭୁବନେଶ୍ୱରର ରାଜରାସ୍ତା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ପୁରା ରାଜଧାନୀକୁ ଜୀବାଣୁ ମୁକ୍ତ କରିବା ପାଇଁ କାମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ଭୁବନେଶ୍ୱର ବାପୁଜୀ ନଗରର ଅଂଚଳକୁ ସାନିଟାଇଜ କରାଯାଇଛି ।ରାଜମହଲ ଛକରୁ ଶିଶୁଭବନ ଛକ ମଧ୍ୟରେ ଥିବା ସମସ୍ତ ରାସ୍ତାଘାଟ ଓ ଦୋକାନ ବଜାରକୁ ରାସାୟନିକ ପାଣି ସ୍ପ୍ରେ କରି ବିଶୋଧନ କରାଯାଇଛି । ଏଥିସହ ବାପୁଜୀନଗରର ସମସ୍ତ ଗଳି କନ୍ଦିରେ ମଧ୍ୟ ରାସାୟନିକ ସ୍ପ୍ରେ କରାଯାଇଛି । ସହରର ବିଭିନ୍ନ ସ୍ଥାନକୁ ସାନିଟାଇଜର ସହାୟତାରେ ସଫା କରାଯାଇଛି ।
ଅଗ୍ନିଶମ ବିମାନର ୧୫ ଜଣିଆ ଟିମ୍ ଏହି କାମରେ ନିୟୋଜିତ ହୋଇଛନ୍ତି । ବିଏମ୍‌ସି ପକ୍ଷରୁ ଅଗ୍ନିଶମ ବିଭାଗକୁ ଏହି ରୁଟ୍‌ରେ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାମାରୀ କରୋନା ସଂକ୍ରମଣ ଯୋଗୁଁ ସମସ୍ତେ ଭୟଭୀତ ଥିବା ବେଳେ ପରିସ୍କାର ରହିବା ପାଇଁ ସମସ୍ତଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏହି ପରିପେକ୍ଷିରେ କେବଳ ଘର ନୁହେଁ ରାସ୍ତାଘାଟରୁ ଆରମ୍ଭ କରି ଚଳପ୍ରଚଳ କରୁଥିବା ସମସ୍ତ ସ୍ଥାନକୁ ବିଶୋଧନ କରାଯାଉଛି ।

Comments are closed.