Latest Odisha News

ପ୍ରବାସୀ ଓଡ଼ିଆଙ୍କ ପାଇଁ ରୂପାନୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଗୁଜରାଟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାମହାରୀ କରୋନା ସମୟରେ ଗୁଜରାଟରେ ଅନେକ ଓଡ଼ିଅ ଫସି ରହିଛି । ସେଥିପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କ ଖାଇବା ପିଇବା ତଥା ସୁରକ୍ଷା ନେଇ ରୂପାନଙ୍କ ସହ କଥା ହୋଇଛନ୍ତି ।

ଏନେଇ ଧର୍ମେନ୍ଦ୍ର ପ୍ରଧାନ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଗୁଜରାଟରେ ଥିବା ଓଡ଼ିଆ ଶ୍ରମିକଙ୍କ ମାମଲାରେ ଗୁଜରାଟ ସରକାରଙ୍କ ସହ ଓଡ଼ିଶା ସରକାର ଯୋଗସୂତ୍ର ରକ୍ଷା କରିଥିବା ସୂଚନା ଦେଇଛନ୍ତି ରୂପାନୀ । ଏଥିସହ ଓଡ଼ିଆମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତି ମଧ୍ୟ ଦେଇଛନ୍ତି ବୋଲି ଧର୍ମେନ୍ଦ୍ର ଟ୍ୱିଟ କରି ଜଣାଇଛନ୍ତି ।

Leave A Reply

Your email address will not be published.