Latest Odisha News

BREAKING NEWS

୫ ଜିଲ୍ଲାରେ ପଡିବ ‘ଅମ୍ଫାନ’ର ପ୍ରଭାବ

ଭୁବନେଶ୍ୱର: ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ ଅମ୍ଫାନ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଅମ୍ଫାନକୁ ନେଇ ଆଗାମୀ ୧୨ ଘଂଟା ବେଶ୍ ଗୁରୁତ୍ୱ ପୂର୍ଣ୍ଣ । କାରଣ ଅମ୍ଫାନ୍ ଏହି ସମୟରେ ଅଧିକ ଶକ୍ତିଶାଳୀ ହୋଇ ସମୁଦ୍ର ମଧ୍ୟରେ ଆଗେଇବ । ସ୍ଥଳ ଭାଗକୁ ଛୁଇଁଲା ବେଳକୁ ନେବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ।

ତେବେ ଏହି ସାମୁଦ୍ରିକ ଝଡର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ରହିିବ । ଏହା ସ୍ଥଳ ଭାଗ ଛୁଇଁଲା ବେଳକୁ ଓଡିଶାର ଗଂଜାମ, ପୁରୀ, ଖୋର୍ଧା ଉପକୂଳରେ ପବନର ବେଗ ପ୍ରାୟ ୭୫ କିମି ରହିଥିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅମ୍ଫାନ ପ୍ରଭାବରେ ରାଜ୍ୟର ୫ ଜିଲ୍ଲା ଉପରେ ପଡିବ ପ୍ରଭାବ । କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଆଜି ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଚି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ।

Comments are closed.