ପୁରୀ: ମନ୍ତ୍ରୀଙ୍କ ବଣପଣ, ନିଜ ଏସକର୍ଟ ଗାଡିରେ ଯୁବକଙ୍କୁ ମେଡିକାଲ ପଠାଇ ନିଜେ ଗଲେ ସାଧାରଣ ଗାଡିରେ । ଏଭଳି ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା କଣାସ ବ୍ଲକ୍ ଅଣ୍ଡାଳସିଂ ଅଞ୍ଚଳରେ । ରଥଯାତ୍ରା ନିମନ୍ତେ ପୁରୀରେ ସମନ୍ୱୟ ବୈଠକ ସାରି ପୁରୀରୁ ଗଞ୍ଜାମ ଫେରୁଥିଲେ ବେଳେ ବାଣିଜ୍ୟ, ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏହି ସମୟରେ ଜଗନ୍ନାଥ ସଡକ ମୁଖ୍ୟ ରାସ୍ତାରେ ଗୋଟିଏ ଟ୍ରକ ସହ ମୋଟର ସାଇକେଲର ଧକ୍କା ହେବା ପରେ ମୋଟର ସାଇକେଲ ଚାଳକ ଆହତ ହୋଇ ରାସ୍ତାରେ ପଡ଼ିଥିଲେ ।
ମନ୍ତ୍ରୀ ଉକ୍ତ ସ୍ଥାନରେ ଅଟକିବା ସହ ଆହତ ବ୍ୟକ୍ତିଙ୍କୁ ମନ୍ତ୍ରୀଙ୍କ ସହିତ ଯାଉଥିବା ଏସକର୍ଟ ଗାଡିରେ ପୁରୀ ମେଡିକାଲକୁ ପଠେଇଥିଲେ । ଏହା ସହ ସେଠାରେ ଲୋକଙ୍କୁ ବୁଝାଇ ରାସ୍ତାରୋକ ହଟେଇଥିଲେ ଏବଂ ମନ୍ତ୍ରୀ ଶେଷରେ ବିନା ଏସକର୍ଟ ଗାଡିରେ ଗଞ୍ଜାମ ଅଭିମୂଖେ ଯାତ୍ରା କଲେ । ମନ୍ତ୍ରୀ ଶ୍ରୀ ଜେନାଙ୍କ ଏପରି କାର୍ଯ୍ୟକୁ ଉପସ୍ଥିତ ଲୋକମାନେ ଖୁବ ପ୍ରଶଂସା କରିଛନ୍ତି ।
Comments are closed.