Latest Odisha News

BREAKING NEWS

୩ଗୁଣ ବୃଦ୍ଧି ପାଇଛି କରୋନାର JN.1 ଭାରିଆଣ୍ଟ

ନୂଆଦିଲ୍ଲୀ: ଦୀର୍ଘ ସମୟ ବ୍ୟବଧାନ ପରେ କରୋନା ଭାଇରସ୍ ପୁଣି ଥରେ ବ୍ୟାପିବାରେ ଲାଗିଛି। ଏଥର ନୂଆ ରୂପରେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛି। କେରଳରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଭୟ ବଢି ଯାଇଛି। ସୂଚନାନୁସାରେ, ଗୋଟିଏ ଦିନରେ JN.1 ସଂକ୍ରମଣ ତିନି ଗୁଣ ବୃଦ୍ଧି ଘଟିଛି। ପ୍ରଥମେ ୨୨ଟି କେସ ଥିବାବେଳେ ଏବେ ଏହା ବୃଦ୍ଧି ପାଇ ୬୩ରେ ପହଞ୍ଚିଛି।

ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ ଏହା ଦାବି କରାଯାଇଛି ଯେ କରୋନା ଆପଣଙ୍କ ଗଳାକୁ ମଧ୍ୟ ସଂକ୍ରମିତ କରିପାରେ। ଏତେ ସଂକ୍ରମିତ ହୋଇପାରେ କି ଆପଣ ବାକ୍ ଶକ୍ତି ହରାଇ ପାରନ୍ତି। ଅନ୍ୟପକ୍ଷରେ, ଦେଶରେ କୋଭିଡ-୧୯ ସବ୍-ଭାରିଆଣ୍ଟ JN.1 (BA.2.86.1.1)ର ୨୨ ଟି କେସ ଚିହ୍ନଟ କରାଯାଇଛି। ଜିନୋମ ପରୀକ୍ଷଣରୁ ଜଣାପଡିଛି ଯେ ୯୦ପ୍ରତିଶତ ମାମଲା କରୋନାର XBB ଭାରିଆଣ୍ଟ କାରଣରୁ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ, ଭାରତରେ କୋଭିଡ -୧୯ ର ୬୨୮ଟି ନୂଆ ମାମଲା ରିପୋର୍ଟ ହୋଇଛି। ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୪୦୫୪ କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ କେରଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ୫, ୩୩, ୩୩୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪, ୫୦, ୦୯, ୨୪୮ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ୪, ୪୪, ୭୧, ୮୬୦ ଜଣ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ୨୨୦.୬୭ କୋଟି ଆଣ୍ଟି-କୋଭିଡ -୧୯ଟିକା ଦିଆଯାଇଛି।

ବର୍ତ୍ତମାନ ନୂତନ କୋଭିଡ୍ ଭାରିଆଣ୍ଟ ଆସିଛି, କିନ୍ତୁ ଏଯାଏ ଟିକା ଆବଶ୍ୟକ ପଡିନି। ଜେନୋମିକ୍ସ କନ୍ସୋର୍ଟିୟମର ମୁଖ୍ୟ ଡା ଏନ.କେ ଆରୋରା ଏହି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବିଶେଷ କରି ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଯେଉଁମାନଙ୍କର କୌଣସି ପୂର୍ବ ରୋଗ ଅଛି କିମ୍ବା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରୁଥିବା ଔଷଧ ସେବନ କରୁଛନ୍ତି, ସେମାନେ ସତର୍କ ହେବା ଉଚିତ୍। କିନ୍ତୁ ବର୍ତ୍ତମାନ ସମୟରେ କାହାରିକୁ ଅତିରିକ୍ତ ଟିକା ଦରକାର ନାହିଁ। ମୁଖ୍ୟ କଥା ହେଉଛି ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରନ୍ତୁ। ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।

 

Leave A Reply

Your email address will not be published.