Latest Odisha News

ଟଙ୍କା ନେଇ କପିଲଙ୍କ ଶୋ’କୁ ଆସନ୍ତି ଅକ୍ଷୟ କୁମାର, ମୁଁ ମାଗଣାରେ ଆସେ: ଏମିତି କିଛି କହିଲେ ଅନିଲ କପୁର

ମୁମ୍ବାଇ: ଟଙ୍କା ନେଇ କପିଲଙ୍କ ଶୋ’କୁ ଆସନ୍ତି ଅକ୍ଷୟ କୁମାର, ମୁଁ ମାଗଣାରେ ଆସେ । ଏହା କହିଛନ୍ତି ବଲିଉଡ଼ ଅଭିନେତା ଅନିଲ କପୁର । ଏପରି ମନ୍ତବ୍ୟ ଦେଇ ଅନିଲ କପୁର ଏବେ ଖୁବ୍ ଚର୍ଚ୍ଚାରେ ।

ଛୋଟପରଦାର ସବୁଠୁ ଲୋକପ୍ରିୟ କମେଡ଼ି ଶୋ’ ହେଉଛି କପିଲ ଶର୍ମା ଶୋ’ । ଏହି ଶୋ’ ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଥିବା ଜଣାଯାଇଛି । ଏବେ ଶୋ’ର ଶେଷ ଏପିସୋଡର ପ୍ରୋମୋ ସାମ୍ନାକୁ ଆସିଛି । ଭିଡିଓରେ ୱେବ ସିରିଜ୍ ‘ଦି ନାଇଟ୍ ମ୍ୟାନେଜର’ର ଷ୍ଟାରକାଷ୍ଟ ‘ଦି କପିଲ ଶର୍ମା ଶୋ’ର ଫାଇନାଲ୍ ଏପିସୋଡକୁ ଆସିଥିବା ଦେଖିବାକୁ ମିଳିଛି ।

ଏହି ପ୍ରୋମୋ ଭିଡିଓରେ କପିଲ କହୁଛନ୍ତି ଯେ, ଶେଷ ଥର ଯେତେବେଳେ ଅନିଲ ସାର୍ ଆମ ଶୋ’କୁ ଆସିଥିଲେ, ସେତେବେଳେ ମଧ୍ୟ ଆମ ଶୋ’ର ଶେଷ ଏପିସୋଡ ଥିଲା । ଆଜି ମଧ୍ୟ ଆମ ଶୋ’ର ଶେଷ ଏପିସୋଡରେ ସେ ଆସିଛନ୍ତି । ଆପଣ ଫାଇନାଲକୁ ଭଲ ପାଆନ୍ତି ନା ଆପଣ ଅନ୍ୟମାନଙ୍କ କାମ ବନ୍ଦ କରି ଖୁସି ହୁଅନ୍ତି । ଏହା ଶୁଣି ଅନିଲ ମଜାଳିଆ ଢ଼ଙ୍ଗରେ କହିଥିଲେ ଯେ, ଅକ୍ଷୟ କୁମାର ଏହି ସୋ’ ଆରମ୍ଭ କରନ୍ତି ଏବଂ ସେଥିପାଇଁ ସେ ଟଙ୍କା ନିଅନ୍ତି । ହେଲେ ମୁଁ ଏହାକୁ ମାଗଣାରେ କରେ । ଏହା ଶୁଣିବା ପରେ ସମସ୍ତେ ହସିବା ଆରମ୍ଭ କରୁଛନ୍ତି ।

Comments are closed.