Latest Odisha News

ମାଆ ହେଲେ ହାସ୍ୟ ଅଭିନେତ୍ରୀ

ମୁମ୍ବାଇ : ଫେମସ୍ କେମଡିଆନ୍ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ରା ଏବଂ ଡାକ୍ତର ସଙ୍କେତ୍ ଭୋସଲେଙ୍କ ଘରକୁ ଆସିଲେ ଲକ୍ଷ୍ମୀ  । ଏହି ଦମ୍ପତି ମାତାପିତା ହୋଇଛନ୍ତି । ୩୫ ବର୍ଷୀୟା ସୁଗନ୍ଧା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସୁଗନ୍ଧାଙ୍କ ସ୍ବାମୀ ଡାକ୍ତର ସଙ୍କେତ୍ ଇନଷ୍ଟାରେ ଏକ ଭିଡିଓ ସେୟାର କରି ଏହି ଖୁସି ଖବରକୁ ଫ୍ୟାନ୍ସ  ମାନଙ୍କୁ ସେୟାର କରିଛନ୍ତି । ଭିଡିଓରେ ସେ ବହୁତ ଖୁସି ଦେଖାଯାଉଛନ୍ତି ଏବଂ ସେ କହିଛନ୍ତି ଯେ ମୁଁ ପିତା ହୋଇସାରିଛି।

ଏହା ପରେ ସେ ହସ୍ପିଟାଲର ଶଯ୍ୟା ଉପରେ ଥିବା ତାଙ୍କ ପତ୍ନୀ ସୁଗନ୍ଧାଙ୍କ ଆଡକୁ କ୍ୟାମେରା ଦେଖାଇ କହିଥିଲେ ଯେ ସେ ମା’ ହୋଇସାରିଛନ୍ତି। ଏହା ପରେ ଉଭୟ ନିଜ ଝିଅର ଝଲକ ଦେଖାଇଛନ୍ତି । ହେଲେ ଇମୋଜି ସହିତ ନିଜ ଛୋଟ ଝିଅର ମୁହଁକୁ ଲୁଚାଇ ରଖିଥିଲେ । ଏହି ଭିଡିଓ ଶେୟାର କରି ଡକ୍ଟର ଭୋସଲେ କ୍ୟାପସନରେ ଲେଖିଛନ୍ତି, ୟୁନିଭର୍ସ ଆମକୁ ସବୁଠାରୁ ସୁନ୍ଦର ଚମତ୍କାର, ଆମ ପ୍ରେମର ପ୍ରତୀକ ଭାବରେ ଆଶୀର୍ବାଦ ଦେଇଛି  ।

ଆମେ ଏକ ସୁନ୍ଦର ଶିଶୁ କନ୍ୟା ସହିତ ଆଶୀର୍ବାଦ ପ୍ରାପ୍ତ ହୋଇଛୁ। ଦୟାକରି ଆପଣଙ୍କର ପ୍ରେମ ଏବଂ ଆଶୀର୍ବାଦ ଦେଉଥାଆନ୍ତୁ। ବିବାହର ପ୍ରାୟ ଅଢେଇ ବର୍ଷ ପରେ ଶେଷରେ ଦମ୍ପତିଙ୍କ ଘର ପୂରି ଉଠିଛି। ସୁଗନ୍ଧା ଏବଂ ଡକ୍ଟର ସଙ୍କେତ ନିଜ ଝିଅର ଜନ୍ମକୁ ନେଇ ଅତ୍ୟନ୍ତ ଆନନ୍ଦିତ।

Comments are closed.