Latest Odisha News

BREAKING NEWS

ପ୍ରଥମ ଦିନରେ ଭଲ ରୋଜଗାର କରିଛି ‘ଦି କେରଳ ଷ୍ଟୋରି’

ମୁମ୍ବାଇ: ଗତ ୫ ତାରିଖରେ ରିଲିଜ୍ ହୋଇଛି ଫିଲ୍ମ ‘ଦି କେରଳ ଷ୍ଟୋରି’ । ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଧମାକା କରିଛି । ଆତଙ୍କବାଦର ଭୟାବହ ସତ୍ୟତାକୁ ନେଇ ନିର୍ମିତ ହୋଇଥିବା ‘ଦି କେରଳ ଷ୍ଟୋରି’ ବହୁ ବିବାଦ ମଧ୍ୟରେ ରିଲିଜ୍ ହୋଇଛି । ରିଲିଜ ପରେ ଫିଲ୍ମଟିକୁ ଲୋକେ ବହୁ ମାତ୍ରାରେ ପସନ୍ଦ ବି କରିଛନ୍ତି ।

ଫିଲ୍ମଟି ପ୍ରଥମ ଦିନ ଅର୍ଥାତ୍ ଶୁକ୍ରବାର ୮.୦୩ କୋଟି ଟଙ୍କାର ବ୍ୟବସାୟ କରିଛି । ତେବେ ଶନିବାର ଫିଲ୍ମଟିର ଅଗ୍ରୀମ ବୁକିଂ ବି ଭଲ ରହିଛି । ରବିବାର ଫିଲ୍ମଟି ଆହୁରି ଭଲ ରୋଜଗାର କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ତେବେ ରେକର୍ଡ କରିଥିବା ‘କାଶ୍ମୀର ଫାଇଲ୍ସ’ଠାରୁ ବି ‘ଦି କେରଳ ଷ୍ଟୋରି’ର ପ୍ରଥମଦିନ ରୋଜଗାର ଭଲ ରହିଛି ବୋଲି ଜଣାଯାଇଛି ।

ଫିଲ୍ମ ‘ଦି କେରଳ ଷ୍ଟୋରି’କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ମଧ୍ୟପ୍ରଦେଶ ରାଜ୍ୟରେ କରମୁକ୍ତ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶରେ ଏହି ଫିଲ୍ମର କରମୁକ୍ତ କରିବା ଲାଗି ବିଜେପି ଏବଂ ହିନ୍ଦୁ ସଙ୍ଗଠନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ଏଥିସହ ରାଜ୍ୟରେ ଏହି ଫିଲ୍ମକୁ କରମୁକ୍ତ କରିବା ଲାଗି ରାଜ୍ୟ ମନ୍ତ୍ରୀ ରାହୁଲ୍ କୋଠାରି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ।

Comments are closed.