ମୁମ୍ବାଇ: ଗତ ମେ ମାସରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଦ କେରଲା ଷ୍ଟୋରି’ । ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରଠୁ ବିବାଦ ଦେଖାଦେଇଥିଲା । ଏହି ଫିଲ୍ମକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ କେତେକ ସ୍ଥାନରେ ନିଷେଧ ମଧ୍ୟ କରାଯାଇଥିଲା । ହେଲେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ଏହାକୁ ଟିକସମୁକ୍ତ କରାଯାଇଥିଲା । ଏସବୁ ବିବାଦ ଭିତରେ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ।
ଏହି ଫିଲ୍ମକୁ ଏବେ ଓଟିଟି ପ୍ଲାଟଫର୍ମ କିଣିବାକୁ ରାଜି ହେଉନାହିଁ । କାରଣ ଫିଲ୍ମର ନିର୍ମାତାମାନେ ଓଟିଟିରେ ଷ୍ଟ୍ରିମିଂ କରିବାକୁ ବହୁ ପରିମାଣର ଅର୍ଥ ଦାବି କରୁଛନ୍ତି । ଏହି କାରଣରୁ ବର୍ତ୍ତମାନ କୌଣସି ଓଟିଟି ପ୍ଲାଟଫର୍ମ ଏହାକ୍ରୁ କିଣିବାକୁ ଆଗ୍ରହ ଦେଖାଉ ନାହାନ୍ତି । ନିକଟରେ ଫିଲ୍ମ ନିର୍ଦ୍ଦେଶକ ସୁଦୀପ୍ତୋ ସେନ କହିଛନ୍ତି ଯେ, ଓଟିଟି ଏବଂ ଟେଲିଭିଜନରେ ଏହାକୁ ନେଇ ପାର୍ଟନର୍ସ ଖୋଜା ଚାଲିଛି । ସେ ଏ ପର୍ଯ୍ୟନ୍ତ ଓଟିଟିରୁ କୌଣସି ବିଶେଷ ଅଫର ପାଇନାହାଁନ୍ତି ।
Comments are closed.