ମୁମ୍ବାଇ : ବଲିଉଡ ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ବିରୋଧ କରିବା ଥମୁନି । ଫିଲ୍ମଟି ଅନେକ ରାଜ୍ୟରେ ଭଲ ସମର୍ଥନ ପାଇଥିବା ବେଳେ ତାମିଲନାଡୁରେ କିନ୍ତୁ ଫିଲ୍ମକୁ ଘୋର ବିରୋଧ କରାଯାଉଛି । ଏବେ ତାମିଲନାଡୁରେ ଏହାର ସ୍କ୍ରିନିଂକୁ ମଧ୍ୟ ବନ୍ଦ କରି ଦିଆଯାଇଛି ।
ତାମିଲନାଡୁରେ ନାମ ତମିଲର କାଚି(ଏନଟିକେ) ଚେନ୍ନାଇରେ ‘ଦ କେରଲା ଷ୍ଟୋରି’ ରିଲିଜକୁ ବିରୋଧ କରିଥିଲେ । ଏନଟିକେର କର୍ମୀମାନେ ଫିଲ୍ମର ନିର୍ମାତା, ଆକ୍ଟର ଓ ନିର୍ଦ୍ଦେଶକଙ୍କ ବିରୋଧରେ ସ୍କାଇୱାକ ମଲ ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାକୁ ଦେଖି ଥିଏଟର୍ସ ମାଲିକ ସାରା ରାଜ୍ୟରେ ଏହି ଫିଲ୍ମ ଉପରେ ରୋକ ଲଗାଇବା ସହ ସ୍କ୍ରିନିଂ ବନ୍ଦ ଦେଇଛନ୍ତି ।
ସୁଦିପ୍ତ ସେନଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଭିପୁଲ ଅମୃତପାଲ ଶାହାଙ୍କ ଦ୍ୱାରା ନିର୍ମିତ ‘ଦ କେରଲା ଷ୍ଟୋରି’ରେ ଅଦା ଶର୍ମା, ୟୋଗିତା ବିହାନି, ସିଦ୍ଧି ଇଡନାନୀ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମଟିର ଟ୍ରେଲର ରିଲିଜ ହେବା ପରଠାରୁ ହିଁ ବିରୋଧ ଆରମ୍ଭ ହୋଇଛି । ତଥାପି ଫିଲ୍ମଟି ଗତ ୫ ତାରିଖରେ ରିଲିଜ୍ ହୋଇଥିଲା । ଏଥିରେ ଆତଙ୍କବାଦର କାହାଣୀ ଦର୍ଶାଯାଇଛି, ଯାହା କେରଳରେ ଘଟିଥିବା ସତ ଘଟଣା ଉପରେ ଆଧାରିତ । ଏଥିରେ ଦାବି କରାଯାଇଛି କି ,ରାଜ୍ୟର ୩୨,୦୦୦ ଯୁବତୀ ନିଖୋଜ ହୋଇଯାଇଛନ୍ତି ଓ ପରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡସିରିଆରେ ସାମିଲ ହୋଇଯାଇଛନ୍ତି ।
Comments are closed.