Latest Odisha News

BREAKING NEWS

ଦି କେରଳ ଷ୍ଟୋରୀ: ନୂତନ ଟିଜରରେ ବଡ ଧରଣର ପରିବର୍ତନ

ମୁମ୍ବାଇ: ସୁଦୀପ୍ତୋ ସେନଙ୍କ ଦି କେରଳ ଷ୍ଟୋରୀର ଟ୍ରେଲର ରିଲିଜ ହେବା ପରେ ବିବାଦର ସୂତ୍ରପାତ ହୋଇଛି । ଏହାର ରୁମ ଟାଙ୍କୁରା ଟ୍ରେଲର ଦର୍ଶକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି । ଲଭ ଜିହାଦ ଜାଲରେ ପଡି ୩୨ ହଜାର ମହିଳା ଧର୍ମ ପରିବର୍ତନ କରି ମୁସଲମାନ ହୋଇଥିବା ଉଲ୍ଲେଖ କରାଯିବା ପରେ ବିବାଦ ଭୟଙ୍କର ରୂପ ନେଇଥିଲା । ମଙ୍ଗଳବାର ଫିଲ୍ମର ନୂତନ ଟିଜରର ଇଂଟ୍ରୋ ଲାଇନରେ ବଡ ଧରଣର ପରିବର୍ତନ କରାଯାଇଛି । ୩୨ ହଜାର ମହିଳା ନିଖୋଜ ବଦଳରେ ୩ଜଣଙ୍କ ବ୍ରେନୱାଶ କରି ଧର୍ମ ପରିବର୍ତନ କରାଯାଇଥିବା ଉଲ୍ଲେଖ କରାଯାଇଛି । କଂଗ୍ରେସ ନେତା ଶଶି ଥରୁର ଟ୍ୱିଟ କରିଛନ୍ତି ଯେ, ୩୨୦୦୦ ମହିଳା ଧର୍ମ ପରିବର୍ତନ କରିଥିବା ପ୍ରମାଣ ଯୋଗାନ୍ତୁ ଏବଂ ୧ କୋଟି ଟଙ୍କା ନେଇ ଯାଆନ୍ତୁ । ମୁସଲିମ ଲିଗର କେରଳ ୟୁଥ ୟୁନିଟ ଏଥିପାଇଁ ପ୍ରତି ଜିଲ୍ଲାରେ ସଂଗ୍ରହ କେନ୍ଦ୍ର ଖୋଲିବ ବୋଲି କହିଛି ।

ନିର୍ବାଚନକୁ ଆଖି ଆଗରେ ରଖି ଏବଂ ଘୃଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଫିଲ୍ମର ନିର୍ମାଣ ହୋଇଛି ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି । ଅପରପକ୍ଷରେ ସୁପ୍ରିମକୋର୍ଟ ଫିଲ୍ମ ନ ନେଇ ତତକ୍ଷଣାତ ଶୁଣାଣୀ କରିବାକୁ ମନା କରି ଦେଇଛନ୍ତି । ସିବିଏଫସି ୧୦ଟି କଟ ସହ ଫିଲ୍ମକୁ ଏ ସାର୍ଟିଫିକେଟ ଦେଇଛି । ମେ ୫ରେ ଦି କେରଳ ଷ୍ଟୋରୀ ରିଲିଜ ହେବ ।

Comments are closed.