Latest Odisha News

ଦୁର୍ଘଟଣାରେ ଆହତ ‘ଦ କେରଳ ଷ୍ଟୋରି’ର ଅଭିନେତ୍ରୀ ଅଦା ଶର୍ମା

ନୂଆଦିଲ୍ଲୀ: ବିବାଦ ଭିତରେ ପ୍ରଶଂସା ସାଉଁଟୁଥିବା ଫିଲ୍ମ ‘ଦ କେରଲା ଷ୍ଟୋରି’ ଏବେ ପୁଣି ଚର୍ଚ୍ଚାରେ। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଦା ଶର୍ମା ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଅଳ୍ପସମୟ ତଳେ ଏ ନେଇ ସ୍ପଷ୍ଟୀକରଣ ଦେବା ସହ ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି ନିଜେ ଅଭିନେତ୍ରୀ ।   ଦୁର୍ଘଟଣା ନେଇ ନିଜେ ଅଦା ଶର୍ମା  ଟୁଇଟ କରି ସେ ଠିକ ଥିବା ଜଣାଇଛନ୍ତି ।

ଅଦା ଶର୍ମା ଆହତ ଖବର ଶୁଣି ସୋଶିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କର ସୁସ୍ଥ ଆରୋଗ୍ୟ କାମନା କରିଥିଲେ । ଏହା ପରେ ଅଦା ଶର୍ମା ନିଜ ଟୁଇଟରେ ଏକ ମେସେଜ ନିଜ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଛାଡିଛନ୍ତି । ଏଥିରେ ସେ କହିଛନ୍ତି, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ କିମ୍ବା ତାଙ୍କ ଟିମ ସହ ବିଶେଷ କିଛି ହୋଇନାହିଁ । ତାଙ୍କ ଦୁର୍ଘଟଣା ଖବର ପ୍ରଚାର ହେବା ପରେ ଅନେକ ମେସେଜ ସେ ପାଇଛନ୍ତି । ପୁରା ଟିମ ଆମର ଭଲ ଅଛନ୍ତି । ବ୍ୟସ୍ତ ହେବା ପରି କିଛି ଘଟିନାହିଁ’ ବୋଲି ସେ ତାଙ୍କ ଟୁଇଟର ମେସେଜରେ ଉଲ୍ଲେଖ କରିଛନ୍ତି । ଏଥିସହିତ ସେ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ହାର୍ଟ ଇମୋଜି ଦେଇ ଧନ୍ୟବାଦ ଜଣାଇଛନ୍ତି ।

ଅଦା ଶର୍ମାଙ୍କ ମେସେଜ ପାଇବା ପରେ ଫ୍ୟାନ୍ସମାନେ ବି ପ୍ରତିକ୍ରିୟା ରଖିଛନ୍ତି । ଘଟଣା ବିଷୟରେ ସୂଚନା ଦେଇ ଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଯାତ୍ରା ସମୟରେ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି  ପ୍ରଶଂସକମାନେ ।

ଏହି ଘଟଣା ଉପରେ ନିର୍ଦ୍ଦେଶକ ସୁଦୀପ୍ତୋ ସେନ ମଧ୍ୟ ନିଜ ମତ ସେୟାର କରିଛନ୍ତି । ସେ ଲେଖିଛନ୍ତି, ‘ସେମାନେ ଏକ ପ୍ରମୋଶନାଲ ଇଭେଣ୍ଟରେ ଯୋଗ ଦେବା ପାଇଁ ଯାଉଥିଲେ । କିନ୍ତୁ ମେଡିକାଲ ଏମରଜେନ୍ସି ଯୋଗୁ ଯାଇ ପାରିଲେ ନାହିଁ । ତେବେ ଆମ ସ୍ୱାସ୍ଥ୍ୟ ପାଇଁ ଚିନ୍ତା କରୁଥିବାରୁ ଧନ୍ୟବାଦ । ଆପଣଙ୍କ କଲ ଏବଂ ସୌହାର୍ଦ୍ଦପୂର୍ଣ୍ଣ ବାର୍ତ୍ତା ପାଇ ବହୁତ ଖୁସି ଲାଗିଲା । ଏବେ ଆମେ ସମସ୍ତେ ଭଲ ଅଛୁ । ଏପରି ଭଲପାଇବା ଏବଂ ସମର୍ଥନ ଜାରି ଥାଉ’ ବୋଲି ସେ କହିଛନ୍ତି ।

ସୂଚନାଥାଉ କି,  ଗତ କିଛିଦିନ ତଳେ ଅଦା ଶର୍ମାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ମିଳିଥିଲା ।

Comments are closed.