Latest Odisha News

BREAKING NEWS

ତଳକୋର୍ଟରୁ ବି ମିଳିଲା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ

ଭୁବନେଶ୍ବର: ପ୍ରଶାନ୍ତଙ୍କୁ ମିଳିଲା ବଡ ଆଶ୍ବସ୍ତି । ପ୍ରଥମେ ହାଇକୋର୍ଟ ଆଉ ଆଜି ତଳକୋର୍ଟ ଅର୍ଥାତ୍ ଖୋର୍ଦ୍ଧା କୋର୍ଟ ମଧ୍ୟ ପ୍ରଶାନ୍ତ ଜଗଦ୍ଦେପଙ୍କ ଜାମିନକୁ ମଞ୍ଜୁର ଦେଇଛନ୍ତି । ତେବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗତକାଲି ନିୟମିତ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଜାମିନ ନେଇ ତଳ କୋର୍ଟ ସର୍ତ୍ତ ସ୍ଥିର କରିବା ବାକି ଥିବା ବେଳେ ଆଜି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତଳ କୋର୍ଟ ଅର୍ଥାତ୍ ଖୋର୍ଦ୍ଧା କୋର୍ଟ ଜାମିନ ପ୍ରଦାନ କରିଛି । ପୂର୍ବରୁ ୩ ଦିନ ପାଇଁ ଅନ୍ତରୀଣ ଜାମିନରେ ଆସିଥିଲେ ପ୍ରଶାନ୍ତ । ଆଉ ଏବେ ନିୟମିତ ଜାମିନ ପ୍ରଦାନ କରିଛନ୍ତି ଉଭୟ ହାଇକୋର୍ଟ ଓ ଖୋର୍ଦ୍ଧା କୋର୍ଟ । ଏନେଇ ସୂଚନା ଦେଇଛନ୍ତି ପ୍ରଶାନ୍ତଙ୍କ ଓକିଲ ତଥା ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ।

ତେବେ ମେ ୨୫, ତୃତୀୟ ପର୍ଯ୍ୟାୟ ଭୋଟିଂ ସମୟରେ ଇଭିଏମ ଭଙ୍ଗାରୁଜା ମାମଲାକୁ ନେଇ ଚିଲିକା ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଥିଲା ପୋଲିସ । ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଇଭିଏମ୍ ଭଙ୍ଗାରୁଜା କରିବା ସହିତ  ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ। ଏହା ପରେ ମେ ୨୮ରେ ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରୁ ପ୍ରଶାନ୍ତ ନିର୍ଦ୍ଦୋଷ ବୋଲି ଜଣାପଡିଥିଲା । ଯାହା ପରେ ସିସିଟିଭି ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ଏହାପରେ ସେ ଅସୁସ୍ଥ ହେବାରୁ ତାଙ୍କୁ କଟକ ମେଡିକାଲରେ ଏକ ସ୍ବତନ୍ତ୍ର ଓ୍ବାର୍ଡରେ ଚିକିତ୍ସା ପାଇଁ ରଖାଯାଇଥିଲା । ଏହା ପରେ ତାଙ୍କୁ ଜୁନ୍ ୯ରେ  ଜୁନ୍ ୧୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଥିଲା । ଗତକାଲି ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ଆଜି ଖୋର୍ଦ୍ଧା କୋର୍ଟ ମଧ୍‌ୟ ପ୍ରଶାନ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.