Latest Odisha News

BREAKING NEWS

ବିଶ୍ୱରେ ଏମିତ ଏକ ସ୍ଥାନ ଯେଉଁଠି ଚାଲିଆସୁଛି ମହିଳାଙ୍କ ରାଜୁତି

ଭୁବନେଶ୍ୱର: ସାରା ବିଶ୍ୱରେ ପ୍ରାୟତଃ ସ୍ଥାନରେ ପୁରୁଷଙ୍କ ପ୍ରଧାନ୍ୟତା ଦେଖିବାକୁ ମିଳିଥାଏ । ଘରର ମୁରବା ହୁଅନ୍ତୁ ଅବା ସାମାଜିକ ସଂପୃକ୍ତି । ସବୁଠି ପୁରୁଷଙ୍କ ଦବଦବା ରହିବା କିଛି ନୂଆ କଥା ନୁହେଁ । ତେବେ ଏ କଥା ଭୁଲିଯିବା ଉଚିତ୍ ନୁହେଁ ଯେ, ଆଜିର ସମୟରେ ହେଉ ଅବା ଅତୀତରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମହିଳାମାନେ ନେତୃତ୍ୱ ନେଇଆସିଛନ୍ତି ।

ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ପ୍ରାୟ ୯୦ ପ୍ରତିଶତ ମହିଳା ସମସ୍ତ କ୍ଷେତ୍ରରେ ନିଜ ପ୍ରଧାନ୍ୟତା ଜାହିର କରିଆସିଛନ୍ତି । ୟୁରୋପର କିହ୍ନୁ ଦ୍ୱୀପ । ଏହି ଅଂଚଳଟି ସମ୍ପୁର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ନିୟନ୍ତ୍ରିତ ତଥା ପରିଚାଳିତ ।

ଏଷ୍ଟନିଆର ୨ହଜାର ଦ୍ୱୀପ ମଧ୍ୟରୁ କିହ୍ନୁ ଦ୍ୱୀପର ଆୟତନ ସବୁଠୁ ବଡ । ଏଠିକାର ସମୁଦ୍ର କୂଳ, ଜଙ୍ଗଲ ଓ ରଙ୍ଗବେରଙ୍ଗି ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । କିହ୍ନୁରେ ରହୁଥିବା ପୁରୁଷମାନେ ପରିବାରର ପେଟ ପୋଷିବା ପାଇଁ ମାଛ ଧରିଥାନ୍ତି । ଏଥିପାଇଁ ସେମାନେ ମାସମାସ ଧରି ସମୁଦ୍ରରେ ସମୟ ଅତିବାହିତ କରିଥାନ୍ତି । ଫଳରେ ମହିଳାମାନେ ହିଁ ପାରିବାରିକ ତଥା ଦୈନନ୍ଦିନ ବାହ୍ୟ କାର୍ଯ୍ୟକଳାପରେ ନେତୃତ୍ୱ ନେଇଥାନ୍ତି । ବିବାହ ହେଉ ଅବା ଶ୍ରାଦ୍ଧ, ନାଚଗୀତଠାରୁ ଆରମ୍ଭ କରି ସମସ୍ତ ପାରମ୍ପରିକ କାର୍ଯ୍ୟକଳାପରେ ମହିଳାମାନଙ୍କର ପ୍ରତ୍ୟକ୍ଷ ସଂପୃକ୍ତି ରହିଥାଏ ।

ସମୟକ୍ରମେ ଅନ୍ୟ ଦ୍ୱୀପଗୁଡିକ ପରି ଏଠି ମଧ୍ୟ ଆଧୁନିକାତାର ଛାପ ପଡିଛି । ବଦଳିଛି ସମୟ । ଏଠିକାର ଯୁବାବର୍ଗ ଚାକିରୀ ଅନ୍ୱେଷଣରେ ସହର ମୁହାଁ ହୋଇଛନ୍ତି । ଅନ୍ୟପଟେ ଅତ୍ୟାଧୁନିକ ବୋଟ୍ ଓ ଉନ୍ନତ ମାଛଧରା କୌଶଳ ଜରିଆରେ ଲୋକେ ବହୁ କମ୍ ସମୟରେ ମାଛ ଧରି ଘରେ ଅଧିକ ସମୟ ଅତିବାହିତ କରୁଛନ୍ତି । ତେବେ ସ୍ଥିତି ଓ ସମୟ ବଦଳିଥିଲେ ବି ଏଠି ମହିଳାମାନଙ୍କ ପ୍ରଧାନ୍ୟତା ଏବେ ବି ବଜାୟ ରହିଛି । ଏହି ପରମ୍ପରା ତଥା ଅଘୋଷିତ ନିୟମ ଆଜି ବି ଗୋଟିଏ ପୀଢିରୁ ଅନ୍ୟ ପୀଢିକୁ ଜାରି ରହିଛି ।

Leave A Reply

Your email address will not be published.