Latest Odisha News

BREAKING NEWS

ହାଜତ ମୃତ୍ୟୁ ଓ ମମିତା ମେହେର ହତ୍ୟା ଘଟଣାକୁ ନେଇ ନ୍ୟାୟ ଦାବି କଲା କୋଶଲ ସେନା

ବରଗଡ଼: ବହୁ ଚର୍ଚ୍ଚିତ ଗୋବିନ୍ଦ କୁମ୍ଭାର ପୋଲିସ ହେପାଜତରେ ହୋଇଥିବା ମୃତ୍ୟୁ ଓ ମମିତା ମେହେର ହତ୍ୟା ଘଟଣା। ଏହି ଉଭୟ ମାମଲା ପାଇଁ ନ୍ୟାୟ ଦାବି କରିଛନ୍ତି କୋଶଲ ସେନା। ବରଗଡ଼ ଗାନ୍ଧି ଛକରେ ଆମରଣ ଅନଶନରେ ବସିଲେ କୋଶଲ ସେନା।

ପୋଲିସ ଓ ପ୍ରଶାସନ ବିରୁଦ୍ଧରେ ସ୍ଲୋଗାନ ଦେଇଛନ୍ତି। ଉଭୟ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସିବିଆଇକୁ ଆଦେଶ ଦିଆଯାଉ ବା ଅବସରପ୍ରାପ୍ତ ସଚ୍ଚୋଟ ନ୍ୟାୟଧିସଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ ହେଉ। ଯାହାଦ୍ୱାରା ପରିବାରଲୋକ ଉଚିତ୍ ନ୍ୟାୟ ପାଇପାରିବେ। ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ପରିସ୍ଥିତି ଅସମ୍ଭାଳ ହେବ ବୋଲି କୋଶଲ ସେନା ସଭାପତି ସୁଶାନ୍ତ ମିଶ୍ର କହିଛନ୍ତି।

Leave A Reply

Your email address will not be published.