Latest Odisha News

BREAKING NEWS

ରଥଯାତ୍ରା ଶେଷ ସମନ୍ୱୟ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀ : ଆଉ ୧୨ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଉ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆସନ୍ତା ୧୩ ତାରିଖ ପୂର୍ବାହ୍ଣ ୧୧ଟାରେ ଅନୁଷ୍ଠିତ ହେବ ରଥଯାତ୍ରା ତୃତୀୟ ତଥା ଶେଷ ସମନ୍ୱୟ ବୈଠକ। ପ୍ରତିବର୍ଷ ଭଳି ଚଳିତବର୍ଷ ଏହି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବୈଠକରେ ରଥଯାତ୍ରା ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।

ଏହି ସମନ୍ୱୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ଆଇନ ମନ୍ତ୍ରୀ, ଅନ୍ୟ ବିଭାଗୀୟ ମନ୍ତ୍ରୀ, ପୋଲିସ ଡିଜିଙ୍କ ସହ ଅନ୍ୟ ବିଭାଗର ବଡ଼ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହ ଆବଶ୍ୟକ ନିର୍ଦ୍ଦେଶ ଦେବେ। ଏହି ବୈଠକ ବସିବା ପୂର୍ବରୁ ଅର୍ଥାତ ୧୨ ତାରିଖରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ ବୋଲି ସ୍ଥିର କରାଯାଇଛି।

Leave A Reply

Your email address will not be published.