Latest Odisha News

ଶେଷରେ ମଣିଷଖିଆ ଗଧିଆକୁ ମାରିଲେ ଗ୍ରାମବାସୀ

ବାହରିଚି: ଶେଷରେ ମଲା ମଣିଷଖିଆ ଗଧିଆ । ମଣିଷଖିଆ ଗଧିଆକୁ ପିଟିପିଟି ମାରିଦେଲେ ଗ୍ରାମବାସୀ । ଉତ୍ତରପ୍ରଦେଶ ବାହରିଚିରେ ଆତଙ୍କ ଖେଳାଇଥିବା ଗଧିଆକୁ ପିଟିପିଟି ମାରିଦେଇଛନ୍ତି ଗ୍ରାମବାସୀ । ପୂର୍ବରୁ ୫ଟି ଗଧିଆକୁ ମାରିଥିବା ବେଳେ ଏବେ ଆଉ ଏକ ଗଧିଆକୁ ମାରିଛନ୍ତି ଗ୍ରାମବାସୀ । ଏହା ହେଉଛି ୬ଷ୍ଠ ତଥା ଶେଷ ଗଧିଆ । ଗଧିଆର ମୃତଦେହ ଜବତ କରିଛି ବନ ବିଭାଗ ।

ସୂଚନାଯୋଗ୍ୟ, ଗତ କିଛି ମାସ ହେବ ବାହରିଚି ଏବଂ ଆଖପାଖ ଗାଁରେ ଆତଙ୍କ ଖେଳାଇଥିଲେ ୬ଟି ଗଧିଆ । ୯ ଜଣ ଲୋକଙ୍କୁ ମାରିବା ସହ ଓ ୪୦ରୁ ଅଧିକଙ୍କୁ ଆକ୍ରମଣ କରି ଗୁରୁତର କରିଥିଲେ ଏହି ୬ଟି ଗଧିଆ । ଶେଷରେ ଗ୍ରାମବାସୀମାନେ ଆରମ୍ଭ କରିଥିଲେ ଗଧିଆ ମରା ଅଭିଯାନ । ମିଳିତ ହୋଇ ଗଧିଆଙ୍କୁ ଟାର୍ଗେଟ କରିଥିଲେ। ଗୋଟିଏ ପରେ ଗୋଟିଏ କରି ୪ଟି ଗଧିଆକୁ ମାରିସାରିଥିବା ବେଳେ ଆଜି ୬ଷ୍ଠ ତଥା ଶେଷ ଗଧିଆକୁ ମାରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.