Latest Odisha News

BREAKING NEWS

ଜନ୍ମବେଦିରୁ ରତ୍ନବେଦୀକୁ ଆସିବେ ମହାପ୍ରଭୁ

ପୁରୀ:  ଆଜି ଠାକୁରେ ଜନ୍ମବେଦିରୁ ଫେରିବେ ରତ୍ନବେଦୀକୁ ।  ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଜନ୍ମବେଦୀରୁ । ନାକଚଣା ଦ୍ୱାରରୁ ରଥରେ ବସି ସିଂହଦ୍ୱାର ପହଞ୍ଚିବେ ।   ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ  ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଅଳିଅଳି ଭଉଣୀ ମା’ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ସିଂହଦ୍ୱାର ଫେରିବେ ।

ଅପେକ୍ଷାରେ ରହିଛନ୍ତି ତିନି ରଥ ତାଳଧ୍ୱଜ, ନନ୍ଦିଘୋଷ, ଦର୍ପଦଳନ  । ଶରଧାବାଲି ନାକଚଣା ଦ୍ୱାର ସାମ୍ନାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଦେଶକୁ ଅପେକ୍ଷା କରିଛନ୍ତି । ସାଙ୍ଗରେ ରଥେ ବିଜେ ଅଛନ୍ତି ସମସ୍ତ ଦେବଦେବୀ, ଋଷିଗଣ ତିନି ରଥରେ ବାହୁଡ଼ିବେ । ପ୍ରଭୁଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ଦାଣ୍ଡ ଚଳଚଞ୍ଚଳ । ବଡଦେଉଳ, ସିଂହଦ୍ୱାର ବି ଗୁଣ୍ଡିଚା ଯାତ୍ରା ଫେରନ୍ତା ଶ୍ରୀବିଗ୍ରହଙ୍କୁ ସ୍ୱାଗତ କରିବାକୁ ଅଙ୍ଗ ସଜେଇଛନ୍ତି ।

ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ  ସୁରକ୍ଷା ଦାୟିତ୍ୱରେ ୧୫୦ ପ୍ଳାଟୁନ୍‌ ଫୋର୍ସ ନିୟୋଜିତ କରାଯାଇଛି ।  ଭୋର ୪ଟାରେ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହୋଇ ଗୋପାଳ ବଲ୍ଲଭ, ସକାଳ ଧୂପ ଖେଚୁଡି ଭୋଗ ନୀତି ପରେ ସେନାପଟା ଲାଗି, ମଙ୍ଗଳାର୍ପଣ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପହଣ୍ଡି ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବ । ପହଣ୍ଡି ଶେଷ ହେବା ପରେ ବେଶ ଶେଷ ହୋଇ ଗଜପତି ମହାରାଜା ଛେରାପହଁରା ରଥ ଉପରେ ସମ୍ପାଦନ କରିବେ । ଏହା ପରେ ରଥ ଚାରମାଳ ଫିଟି ଅପରାହ୍ନ ଚାରିଟାରେ ଘୋଡ଼ା ଲାଗି ରଥଟଣା ଯିବାକୁ ନୀତି ନିର୍ଘଣ୍ଟ କରାଯାଇଛି ।

Leave A Reply

Your email address will not be published.