Latest Odisha News

BREAKING NEWS

ରାଜ୍ୟରେ ୫ ଶହ ଟପିଲା ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଛି । ଦୀର୍ଘ ମାସ ପରେ ଦୈନିକ ସଂକ୍ରମଣ ୫୦୦ ପାର୍ କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୨୨ ଜିଲ୍ଲାରୁ ୫୧୨ଟି କୋଭିଡ୍ ସଂକ୍ରମଣ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୩୦୦ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୨୧୨ଟି ମାମଲା ସ୍ଥାନୀୟ ସଂକ୍ରମଣ । ଆକ୍ରାନ୍ତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବୟସ୍କ ୫୯ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୩ ଜଣ, ବରଗଡ଼ରୁ ଜଣେ, ଭଦ୍ରକରୁ ଜଣେ, ଦେବଗଡ଼ରୁ ୨ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୮ ଜଣ, ଯାଜପୁରରୁ ୧୦ ଜଣ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୩ ଜଣ, କେନ୍ଦୁଝରରୁ ୩ ଜଣ, ମାଲକାନଗିରିରୁ ୩ ଜଣ, ମୟୂରଭଞ୍ଜରୁ ୮ ଜଣ, ନୟାଗଡ଼ରୁ ଜଣେ, ପୁରୀରୁ ୨୯ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୬ ଜଣ, ସୋନପୁରରୁ ୧୫ ଜଣ, ସୁନ୍ଦରଗଡ଼ରୁ ୨୯ ଜଣ ଓ ଷ୍ଟେଟପୁଲରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୯୨ ହଜାର ୯୨୮ରେ ପହଞ୍ଚିଛି । ଏବେ ରାଜ୍ୟରେ ୨୭୯୫ଟି ସକ୍ରିୟ ସଂକ୍ରମଣ ମାମଲା ଥିବାବେଳେ କୋଭିଡରୁ ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୦ ହଜାର ୯୫୪ ଜଣ ।

Leave A Reply

Your email address will not be published.