Latest Odisha News

ଏଥର ନିଜ ସାଥି ସହ ରୋମାଣ୍ଟିକ ଟ୍ରିପରେ ଯାଆନ୍ତୁ ଭାରତର ଏହି ସ୍ଥାନକୁ…

ଭୁବନେଶ୍ଵର: ପ୍ରାକୃତିକ ସୌନ୍ଦର୍ଯ୍ୟ ବିମଣ୍ଡିତ ମନୋରମ ପର୍ଯ୍ୟଟନ ସ୍ଥଳୀ ବୁଲିବା କାହାକୁ ବା ଭଲ ଲାଗେନା । ଅନେକ ଲୋକେ କାର୍ଯ୍ୟବ୍ୟସ୍ତତାରୁ ବାହାରି ଟିକିଏ ରିଲାକ୍ସ ହେବାକୁ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିଥାନ୍ତି । ନିଜ ଜୀବନସାଥୀ ସହ ପ୍ରକୃତି କୋଳରେ ସମୟ କାଟିବାକୁ ଭଲ ପାଆନ୍ତି । ତେବେ ଜୀବନସାଥୀ ସହ ବାହାରେ ସମୟ ବିତାଇବାକୁ ଚାହୁଁଛନ୍ତି କି ? ଖୋଜୁଛନ୍ତି କି ବଜେଟ ଫ୍ରେଣ୍ଡଲି ଡେଷ୍ଟିନେସନ । ତେବେ ବିଳମ୍ବ ନ କରି ଶସ୍ତାରେ ବୁଲି ଆସନ୍ତୁ ଭାରତର ଏସବୁ ଜାଗା ।

ମନାଲି, ହିମାଚଳ ପ୍ରଦେଶ: ପ୍ରକୃତି ପ୍ରେମୀଙ୍କ ପାଇଁ ହିମାଚଳ ପ୍ରଦେଶ କୌଣସି ଭୂସ୍ବର୍ଗଠାରୁ କମ୍ ନୁହେଁ । ଏଠାରେ ସୁଉଚ୍ଚ ପାହାଡ, ଘଞ୍ଚ ଜଙ୍ଗଲ ଓ ବରଫ ଚାଦର ମଧ୍ୟରେ ଶାନ୍ତ ସରଳ ପରିବେଶ ମନରେ ରୋମାଞ୍ଚ ଭରେ । ହିମାଚଳ ପ୍ରଦେଶର ମନାଲି ସବୁଠୁ ସୁନ୍ଦର ପର୍ଯ୍ୟଟନସ୍ଥଳୀ । ନିଜ ଜୀବନସାଥିଙ୍କ ସହ ସମୟ ବିତାଇବା ପାଇଁ ଏହା ଖୁବ୍ ଭଲ ରୋମାଣ୍ଟିକ ସ୍ପଟ୍ । ମନାଲିରେ ହାଡିମ୍ବା ମନ୍ଦିର, ରୋହତାଙ୍ଗ ପାସ୍, ସୋଲାଙ୍ଗ ଭ୍ୟାଲି, ଯୋଗିନୀ ୱାଟରଫଲ ଇତ୍ୟାଦି ସ୍ଥାନ ମୁଖ୍ୟ ଆକର୍ଷଣ ।

ଗୋଆ: ଭାରତର ଏକ ଛୋଟ ରାଜ୍ୟ ଗୋଆ । ସମୁଦ୍ରର ସୌନ୍ଦର୍ଯ୍ୟରେ ଏହି ସ୍ଥାନଟି ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଏଠିକାର ବିଚ୍‌, ପ୍ରାକୃତିକ ପରିବେଶ, ନାଇଟ ପାର୍ଟି କପଲଙ୍କୁ ବହୁତ ପସନ୍ଦ ଆସିଥାଏ । ଏଠି ଆସିଲେ କଣ କଣ ଦେଖିବେ ଜାଣିନିଅନ୍ତୁ । ବୁଲିବାକୁ ଏଠାରେ ଅନେକ ଜାଗା ଅଛି ସେଥି ମଧ୍ୟରୁ, କେଲେଗୁଟ ବିଚ୍‌, ଅଞ୍ଜୁନା ବିଚ୍‌, ବାଗା ବିଚ୍‌, ବାଗାଟୋର ବିଚ୍‌, ସିଙ୍କେରିୟନ ବିଚ, ପାଲେଲେମ ବିଚ୍‌ ମୀରାମାର ବିଚ୍‌ ପ୍ରମୁଖ ରହିଛି ।

ଜମ୍ମୁ-କାଶ୍ମୀର: ଭାରତର ଭୂସ୍ବର୍ଗ କୁହାଯାଏ ଜମ୍ମୁ-କାଶ୍ମୀର । ଏହି ସ୍ଥାନରେ ନାଁ ମନକୁ ଆସିଲେ, ଆଖି ଆଗରେ ନାଚି ଯାଏ ତୁଷାରପାତ, ବରଫ ଚାଦର ପରିବେଷ୍ଟିତ ଶୁଭ୍ର ପରିବେଶ, ଡାଲ୍ ହ୍ରଦ, ଟୁଲିଫ ଗାର୍ଡେନ, ଗୁଲମାର୍ଗ, ସୋନମାର୍ଗର ସୌନ୍ଦର୍ଯ୍ୟ । ନିଜ ଜୀବନସାଥୀ ସହ ସମୟ ବିତାଇବା ଓ ହନିମୁନ୍ ପାଇଁ ଏହା ସବୁଠୁ ଉତ୍କୃଷ୍ଟ ସ୍ଥାନ । ଥଣ୍ଡା ଜଳବାୟୁ ସହ ସବୁଜ ବନାନୀ, ଡାଲ ହ୍ରଦରେ ନୌକାବିହାର, ଗୁଲମାର୍ଗ, ସୋନମାର୍ଗ, ପହଲଗାମ, ଲେହ ଲଦାଖ ଅଖନୁର ଫୋର୍ଟ, ବୈଷ୍ଣୋଦେବୀ ମନ୍ଦିର ପ୍ରଭୃତି ଜମ୍ମୁ-କାଶ୍ମୀରର ପ୍ରମୁଖ ଦର୍ଶନୀୟ ସ୍ଥାନ । ନବବିବାହିତ ଦମ୍ପତିଙ୍କ ପାଇଁ ଏହି ସ୍ଥାନ ସବୁଠୁ ଭଲ ହନିମୁନ ସ୍ପଟ୍ ।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ
ଏକାନ୍ତ ତଥା ଚମତ୍କାର ବେଳାଭୂମି ଖୋଜୁଥିବା ଦମ୍ପତିମାନଙ୍କ ପାଇଁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଧଳା ବାଲି ବେଳାଭୂମି, ସ୍ଫଟିକ ପରିଷ୍କାର ଜଳ ଏବଂ ସାମୁଦ୍ରିକ ଜୀବନକୁ ଅନୁସନ୍ଧାନ କରିବାର ସୁଯୋଗ ପ୍ରଦାନ କରେ। ରୋମାଣ୍ଟିକ ବେଳାଭୂମି ଚାଲିବା, ସ୍ନର୍କେଲିଙ୍ଗ ଏବଂ ସ୍କୁବା ଡାଇଭିଙ୍ଗ ଏଠାରେ ଉପଭୋଗ କରନ୍ତୁ।

ଉତ୍ତରାଖଣ୍ଡର ରାଣିକ୍ଷେତ: ପାହାଡିଆ ଜାଗା ଆଉ ଥଣ୍ଡା ଥଣ୍ଡା ଅନୁଭୂତି । ପ୍ରକୃତି କୋଳରେ ହଜାଇ ଦେବାକୁ କପଲଙ୍କ ପାଇଁ ଏହା ଏକ ସୁନ୍ଦର ସ୍ଥାନ । ନେଚର ଲଭରଙ୍କ ପାଇଁ ଏହା ଏକ ପରେଫେକ୍ଟ ସ୍ଥାନ । ଆପଣ ଯଦି ଜୀବନ ସାଥୀ ସହ ପ୍ରାକୃତିକ ପରିବେଶରେ ସମୟ ବିତାଇବାକୁ ଚାହୁଁଛନ୍ତି ଥରେ ବୁଲି ଆସନ୍ତୁ ଉତ୍ତରଖଣ୍ଡର ଏହି ସ୍ଥାନକୁ ।ରାଣିକ୍ଷେତକୁ ଉତ୍ତରାଖଣ୍ଡ ରାଜ୍ୟର ଘର କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଶେଷ କରି ବର୍ଷା ଋତୁରେ ଏହାର ସୌଦର୍ଯ୍ୟ ଦ୍ବିଗୁଣା ହୋଇଯାଏ । ଏଠାରୁ ହିମାଳୟର ନୈସର୍ଗିକ ସୌନ୍ଦର୍ଯ୍ୟକୁ ଦେଖି ପାରିବେ । ପାହାଡିଆ ଅଞ୍ଚଳ, ତା ସାଙ୍ଗକୁ ସୁନ୍ଦର ଦୃଶ୍ୟ ଆପଣଙ୍କୁ ବାନ୍ଧି ରଖିବ । ପଶୁ ପକ୍ଷୀ ଦେଖି ପାରିବେ । ଟ୍ରେକିଂ କରିପାରିବେ ।

Leave A Reply

Your email address will not be published.