Latest Odisha News

ବିଜେପିରେ ମିଶିଲେ କଙ୍ଗନାଙ୍କ ମାଆ ଆଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ମାଆ ଆଶା ରାନାୱତ ବିଜେପିରେ ମିଶିଛନ୍ତି । କଙ୍ଗନାଙ୍କ ମହାରାଷ୍ଟ୍ର ସରକାର ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରିବା ପରେ ଧମକ ମଧ୍ୟ ଦେଇଥିଲା । ଏହାକୁ ଦେଖି ଗୃହମନ୍ତ୍ରୀ ଅମିତ ଶାହ କୁଇନ କଙ୍ଗନାଙ୍କୁ ୱାଇ କାଟାଗୋରି ସୁରକ୍ଷା ପ୍ରଦାନ କରିଥିଲେ । ପରେ ଏଥିନେଇ ଆଶା ଖୋଲାଖୋଲି ବିଜେପିକୁ ପ୍ରଶଂସା କରିଥିଲେ ।

ଉଦ୍ଧବ ଠାକରେ ମୋ ଝିଅ ଅଫିସରେ ଆଘାତ ଦେଇ ନାହାନ୍ତି ବରଂ ବାଲା ସାହେବ ଠାକରେଙ୍କ ଆତ୍ମା ଉପରେ ଆଘାତ ଦେଇଛନ୍ତି । ଆମେ ଦୀର୍ଘଦିନ ଧରି କଂଗ୍ରେସରେ ଥିଲୁ ମାତ୍ର ସୁରକ୍ଷା ବିଜେପି ଦେଲା । ଏଥର ବିଜେପି ସହିତ ରହିବୁ ବୋଲି ସେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ତାଙ୍କୁ ସ୍ୱାଗତ କରିଛନ୍ତି ।

Leave A Reply

Your email address will not be published.