Latest Odisha News

BREAKING NEWS

୧୨ ତାରିଖରେ ପଶ୍ଚିମବଙ୍ଗରୁ ହଟିବ ସମ୍ପୂର୍ଣ୍ଣ ଲକଡାଉନ; ସ୍ବାଭାବିକ ହେବ ଏହିସବୁ ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକଡାଉନ ହଟାଇ ଦିଆଯିବ ବୋଲି ସୂଚନା ମିଳିଛି।

ଯାହା ଫଳରେ ଏହି ଦିନ ପାଇଁ ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯାଇଥିବା ଟ୍ରେନ ଗୁଡିକ ସ୍ୱାଭାବିକ ଭାବେ ଚଳାଚଳ କରିବ। ଏହି ଟ୍ରେନ ଗୁଡିକ ମଧ୍ୟରେ ରହିଛି…

ସମ୍ପୂର୍ଣ୍ଣ ବାତିଲ ହୋଇଥିବା ଟ୍ରେନ ପୂର୍ବପରି ଚଳାଚଳ କରିବ :

୦୨୦୭୪/୦୨୦୭୩ ଭୁବନେଶ୍ୱର-ହାୱଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ୧୨ ତାରିଖ ଦିନ ସ୍ୱାଭାବିକ ଭାବେ ଉଭୟ ପାର୍ଶ୍ୱରୁ ନିର୍ଧାରିତ ସମୟାନୁସାରେ ଚଳାଚଳ କରିବ।

୦୨୨୪୫ ହାୱଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ ହାୱଡ଼ା ଠାରୁ ୧୨ ତାରିଖ ଦିନ ସ୍ୱାଭାବିକ ଭାବେ ଚଳାଚଳ କରିବ।

ଆଂଶିକ ବାତିଲ ହୋଇଥିବା ଟ୍ରେନ ପୂର୍ବପରି ଚଳାଚଳ କରିବ :

ସେପ୍ଟେମ୍ବର ୧୧ ତାରିଖ ଦିନ ସିକନ୍ଦରାବାଦ ଠାରୁ ଛାଡୁଥିବା ୦୨୭୦୪ ସିକନ୍ଦରାବାଦ-ହାୱଡ଼ା ଫଲକନାମା ସ୍ୱତନ୍ତ୍ର ଏକ୍ସପ୍ରେସ ଏବଂ ୧୨ ତାରିଖ ଦିନ ହାୱଡ଼ା ଠାରୁ ଛାଡିବାକୁ ଥିବା ୦୨୭୦୩ ହାୱଡ଼ା-ସିକନ୍ଦରାବାଦ ଫଲକନାମା ସ୍ୱତନ୍ତ୍ର ଏକ୍ସପ୍ରେସ ସ୍ୱାଭାବିକ ଭାବେ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ।

ରହଣି ଅପସାରଣ ସ୍ୱାଭାବିକ:

ସେପ୍ଟେମ୍ବର ୧୨ ଦିନ ଭୁବନେଶ୍ୱରରୁ ଛାଡିବାକୁ ଥିବା ଏବଂ ସେପ୍ଟେମ୍ବର ୧୧ ଦିନ ଦିଲ୍ଲୀ ଛାଡିଥିବା ରାଜଧାନୀ ସ୍ୱତନ୍ତ୍ର ଟ୍ରେନ ଏବଂ ସେପ୍ଟେମ୍ବର ୧୧ ତାରିଖ ଦିନ ଉଭୟ ଦିଲ୍ଲୀ ଓ ଭୁବନେଶ୍ୱର ରୁ ଛାଡୁଥିବା ପୁରୁଷୋତ୍ତମ ସ୍ୱତନ୍ତ୍ର ଟ୍ରେନ ଏହାର ଷ୍ଟେସନ ମାନଙ୍କରେ ରହଣି କରିବ।

Leave A Reply

Your email address will not be published.