Latest Odisha News

BREAKING NEWS

ମାଆର କରୁଣ ଡାକରେ ମୃତ ଘୋଷିତ ପୁଅ ବଂଚି ଉଠିଲା !

ବାହାଦୂରଗଡ: ହରିୟାଣାର ବାହାଦୂରଗଡରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ପ୍ରମାଣ କରିଛି ମାଆର ସ୍ନେହ ଡାକରେ ଚମତ୍କାରିତା ଥାଏ । ଏହାକୁ ଯମ ବି ଅଣଦେଖା କରିପାରିବ ନାହିଁ । ବାହାଦୂରଗଡର ହିତେଶ ଏବଂ ତାଙ୍କ ପତ୍ନୀ ଜାହ୍ନବୀଙ୍କ ପୁଅକୁ ଟାଇଫାଇଡ ହୋଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଏହା ପରେ ଦୁଃଖ ମନରେ ମାତାପିତା ପୁଅର ଶବକୁ ଗାଁକୁ ନେଇ ଆସିଥିଲେ । ଶବକୁ ସୁରକ୍ଷିତ ରଖିବା ପାଇଁ ସେମାନେ ବରଫ ଏବଂ ଲୁଣ ମଧ୍ୟ ମଗାଇଥିଲେ ।

ଶବ ପାଖରେ ବସି ଜାହ୍ନବୀ ପୁଅକୁ ଉଠି ଯାଆ ବୋଲି କହି ଆଉଁସିଥିଲେ । କେତେ ସମୟ ପରେ ହଠାତ ତାର ହାତ ହଲିଥିଲା । ଏହା ଦେଖି ହିତେଶ ପ୍ୟାକେଟ ଭିତରୁ ଶବକୁ କାଢ଼ି ମୁହଁରେ ନିଶ୍ୱାସ ପ୍ରଶ୍ୱାସ ଦେଇଥିଲେ । ପଡୋଶୀ ଘରର ସୁନୀଲ ପିଲାଟିର ଛାତି ଦାବିବାକୁ ଲାଗିଥିଲା । କିଛି ସମୟ ମଧ୍ୟରେ ପିଲାର ଶ୍ୱାସକ୍ରିୟା ସ୍ୱାଭାବିକ ହୋଇଥିଲା । ତୁରନ୍ତ ଡାକ୍ତଖାନା ନେବା ପରେ ସେଠାକାର ଡାକ୍ତର ମଧ୍ୟ ଚକିତ ହୋଇ ପଡିଥିଲେ । ସପ୍ତାହ ପାଖାପାଖି ଚିକିତ୍ସା କରାଯିବା ପରେ ପିଲାଟି ସୁସ୍ଥ ହୋଇ ଘରକୁ ଆସିଥିଲା । ଏହି ଘଟଣା ସାରା ଗାଁରେ ଖୁସିର ବାତାବରଣ ଆଣି ଦେଇଥିଲା ।

Leave A Reply

Your email address will not be published.