Latest Odisha News

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆରୋଗ୍ୟ କାମନା କରୁଛି ଓଡ଼ିଶା

ଭୁବନେଶ୍ୱର: ଓଲିଉଡ୍ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏବେ ଆଇସିୟୁରେ ସେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ଶରୀରରେ ଅକ୍ସିଜେନ୍ ସ୍ତର ହ୍ରାସ ପାଉଥିବାରୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଛି । ତପୁଙ୍କ ଦ୍ରୁତ ଆରୋଗ୍ୟ ଓ ସୁସ୍ଥତା କାମନା କରୁଛି ସାରା ଓଡ଼ିଶା । ତାଙ୍କର ଫ୍ୟାନ୍ ଓ ଶୁଭେଚ୍ଛୁ ଆରୋଗ୍ୟ କାମନା କରୁଛନ୍ତି ।

ବରିଷ୍ଠ ଅଭିନେତ୍ରୀ ମହେଶ୍ୱତା ରାୟ ନିଜ ଫେସବୁକ୍ ଆକାଉଣ୍ଟରେ ତପୁଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି । ସେହିପରି ଅଭିନେତା ବୁଦ୍ଧାଦିତ୍ୟ, ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ, ପ୍ଲେ-ବ୍ୟାକ୍ ସିଙ୍ଗର ସତ୍ୟଜିତ ପ୍ରଧାନଙ୍କ ସମେତ ବହୁ କଳାକାର ତପୁ ମିଶ୍ରଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ଫ୍ୟାନ୍ ଓ ଶୁଭେଚ୍ଛୁଙ୍କ ବାର୍ତ୍ତାରେ ତପୁଙ୍କ ଫେସବୁକ ଟାଇମଲାଇନ ଭର୍ତ୍ତି ହୋଇଛି ।

କରୋନା ସଂକ୍ରମିତ ହେବା ପରେ ଗତ ମେ ୧୯ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ତପୁ ମିଶ୍ର । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ପରେ ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପାଖପାଖି ମାସେ ହେବ ହସ୍ପିଟାଲ ବେଡରେ କରୋନା ସହ ଲଢୁଛନ୍ତି ତପୁ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଉଥିବାରୁ ଆତ୍ମୀୟ, ସହକର୍ମୀ, ଶୁଭେଚ୍ଛୁ ଓ ସାରା ଓଡ଼ିଶାବାସୀ ପ୍ରିୟ କଣ୍ଠଶିଳ୍ପୀଙ୍କ ଆରୋଗ୍ୟ ମନାସୁଛନ୍ତି ।

Leave A Reply

Your email address will not be published.