Latest Odisha News

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ; ଘର ମାଲିକଙ୍କୁ ଭଡ଼ାଟିଆର ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ। ଘର ମାଲିକଙ୍କୁ ଭଡ଼ାଟିଆର ହତ୍ୟା। ଭୁବନେଶ୍ୱରର ତମାଣ୍ଡୋ ଥାନା ଏକ ଇଞ୍ଜିନିୟରିଂ କଲେଜ ପାଖରେ ଘଟିଛି ଏହି ହତ୍ୟାକାଣ୍ଡ। ଘର ମାଲିକଙ୍କୁ ଭଡ଼ାଟିଆ ହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ରାସ୍ତାରୁ ରକ୍ତାକ୍ତ ମୃତଦେହ ଜବତ କରି ପୋଲିସର ଛାନଭିନ୍‌ ଆରମ୍ଭ କରିଛି।

ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁଶାନ୍ତ ଶତପଥି। ସୁଶାନ୍ତ ନିଜ ଘରେ ଜଣେ ୩୫ ବର୍ଷୀୟ ଯୁବକଙ୍କୁ ଭଡ଼ାରେ ରଖିଥିଲେ। ସଂପୃକ୍ତ ଯୁବକ ଜଣକ ସୁଶାନ୍ତଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। କଲେଜ ନିକଟ ରାସ୍ତାରେ ଆଜି ସକାଳେ ସୁଶାନ୍ତ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ସୁଶାନ୍ତଙ୍କୁ ସତରେ ସେହି ଭଡାଟିଆ ହତ୍ୟା କରିଛି ନା ଅନ୍ୟ କାହାର ହାତ ଅଛି ସେ ନେ ପୋଲିସ ତଦନ୍ତ କରୁଛି। ତେବେ ସଂପୃକ୍ତ ଯୁବକ ଜଣଙ୍କ କାହିଁକି ସୁଶାନ୍ତଙ୍କୁ ହତ୍ୟା କଲେ, ଏହା ପଛରେ କେଉଁ କାରଣ ରହିଛି ତାହା ଜଣାପଡ଼ି ନାହିଁ। ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଖୋଳତାଡ଼ ଆରମ୍ଭ କରିଛି।

Comments are closed.