Latest Odisha News

BREAKING NEWS

ବ୍ରହ୍ମାଣ୍ଡ ରହସ୍ୟ ଉପରୁ ପରଦା ଉଠିଲା, ପ୍ରଥମ ଥର ପାଇଁ ମପାଗଲା…

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି । ବ୍ରହ୍ମାଣ୍ଡର ସବୁଠାରୁ ରହସ୍ୟମୟ କ୍ଷେତ୍ର ‘ବ୍ଲାକ୍ ହୋଲ୍’ ବା କୃଷ୍ଣ ଗର୍ତ୍ତର ଶକ୍ତିକୁ ନେଇ ବେଜ୍ଞାନିକମାନେ ଏକ ବଡ଼ ଖୁଲାସା କରିଛନ୍ତି । ପ୍ରଥମ ଥର ପାଇଁ ବ୍ଲାକ୍ ହୋଲ୍‌ରୁ ବାହାରୁଥିବା ଜେଟ୍ ଶକ୍ତିର ସଠିକ୍ ମାପ ନିଆଯାଇଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବୋଜ୍ଞାନିକଙ୍କ କହିବା ଅନୁଯାୟୀ, ବ୍ଲାକ୍ ହୋଲ୍‌ର ଧ୍ରୁବରୁ ବାହାରୁଥିବା ଅତ୍ୟଧିକ ଶକ୍ତିଶାଳୀ ପ୍ଲାଜମା ଧାରା ବା ‘ବ୍ଲାକ୍ ହୋଲ୍ ଜେଟ୍’ର ଶକ୍ତି ପ୍ରାୟ ୧୦ ହଜାର ସୂର୍ଯ୍ୟଙ୍କ ଶକ୍ତି ସହ ସମାନ। ଆନ୍ତର୍ଜାତୀୟ ଗବେଷକ ଦଳ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି। ପୂର୍ବରୁ ଏହି ଶକ୍ତିର କେବଳ ଏକ ଆନୁମାନିକ ଆକଳନ କରାଯାଉଥିଲା, କିନ୍ତୁ ଏବେ ଏହାର ସଠିକ୍ ମାପ କରାଯାଇଛି।

କେବଳ ଶକ୍ତି ନୁହେଁ, ଏହି ଜେଟ୍‌ର ଗତିକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ମିଳିଛି। ଏହି ପ୍ଲାଜମା ଧାରା ଘଣ୍ଟାକୁ ପ୍ରାୟ ୩୫ କୋଟି ୫୦ ଲକ୍ଷ ମାଇଲ୍ ବେଗରେ ଗତି କରୁଛି, ଯାହାକି ଆଲୋକର ଗତିର ପ୍ରାୟ ଅଧା। ପୃଥିବୀଠାରୁ ପ୍ରାୟ ୭୨୦୦ ଆଲୋକ ବର୍ଷ ଦୂରରେ ଥିବା ‘ସିଗ୍ନସ୍ ଏକ୍ସ-୧’ (Cygnus X-1) ସିଷ୍ଟମରେ ଏହି ବ୍ଲାକ୍ ହୋଲ୍ ଏବଂ ଏକ ବିଶାଳକାୟ ନୀଳ ତାରା ରହିଛନ୍ତି।

ଏହି ବ୍ଲାକ୍ ହୋଲ୍ ନିଜ ସାଥୀ ତାରାଠାରୁ କ୍ରମାଗତ ଭାବେ ଗ୍ୟାସ୍ ଟାଣିଥାଏ ଏବଂ ପ୍ରଚଣ୍ଡ ବେଗରେ ପ୍ଲାଜ୍ମା ବାହାରକୁ ଫିଙ୍ଗିଥାଏ। ବ୍ଲାକ୍ ହୋଲ୍‌ରେ ପଡ଼ୁଥିବା ପଦାର୍ଥରୁ ବାହାରୁଥିବା ମୋଟ ଶକ୍ତିର ୧୦ ପ୍ରତିଶତ ଜେଟ୍ ଆକାରରେ ବାହାରକୁ ନିର୍ଗତ ହୋଇଥାଏ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଷ୍ଟିଭ୍ ପ୍ରଭୁ ଏବଂ ତାଙ୍କ ଟିମ୍ ଗତ ୧୮ ବର୍ଷର ହାଇ-ରିଜୋଲ୍ୟୁସନ୍ ରେଡିଓ ଇମେଜିଙ୍ଗ୍ ଡାଟା ବ୍ୟବହାର କରି ଏହି ଗବେଷଣା କରିଛନ୍ତି। ‘ନେଚର ଆଷ୍ଟ୍ରୋନୋମି’ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି। ଏହି ତଥ୍ୟ ଆଗାମୀ ଦିନରେ ଗାଲାକ୍ସି ବା ଆକାଶଗଙ୍ଗାର ଗଠନ ପ୍ରକ୍ରିୟାକୁ ବୁଝିବାରେ ବଡ଼ ସହାୟକ ହେବ।

ବେଜ୍ଞାନିକଙ୍କର ଏହି ସଫଳତା ପ୍ରମାଣ କରିଛି ଯେ ମହାକାଶର ରହସ୍ୟ ଯେତିକି ଗଭୀର, ଏହାର ଶକ୍ତି ସେତିକି ଭୟଙ୍କର।

Leave A Reply

Your email address will not be published.