Latest Odisha News

BREAKING NEWS

ବଡ ପରଦାକୁ ଫେରୁଛନ୍ତି ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ବେଶ କିଛିଦିନ ହେଲା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କଠାରୁ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ହେଲେ ନିକଟରେ ଏକ ନୂଆପୁରୁଣା ଘଟଣାକୁ ନେଇ ବର୍ଷା ଚର୍ଚ୍ଚା ସାଉଣ୍ଟିଛନ୍ତି । ଖୁବଶୀଘ୍ର ବଡ ପରଦାକୁ ଫେରିବା ନେଇ ଖୋଦ ବର୍ଷା ସୂଚନା ଦେଇଛନ୍ତି ।

ଆଗାମୀ ଦିନରେ ଓଡିଆ ଫିଲ୍ମ ବିଜୟିନୀରେ ବର୍ଷାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ମଙ୍ଗଳବାର ୨୪ ତାରିଖରେ ଫିଲ୍ମର ମହୁରତ କଟକରେ ସରିଥିଲାବେଳେ ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି । ଏ ନେଇ ଖୋଦ ବର୍ଷା ଏକ ଟୁଇଟ୍ ଜରିଆରେ ନିଜ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି ।

ନାରୀ ସଶକ୍ତିକରଣ ଉପରେ ଆଧାରିତ ଫିଲ୍ମର କାହାଣୀ ଓ ସଂଳାପ ଭାର ମଧ୍ୟ ଖୋଦ ବର୍ଷା ସମ୍ଭାଳିଛନ୍ତି । ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ପ୍ରଜ୍ଞା, ଶଙ୍କର, ସନ୍ତୁକା, ଦେବାଶିଷ ପାତ୍ର, ବିକ୍ରମ, ତୃପ୍ତି ସିହ୍ନା ଓ ମାମାଙ୍କ ଭଳି କଳାକାରଙ୍କୁ ଦେଖିବାକୁ ମିଳିବ । ସଙ୍ଗୀତା କାଣ୍ଡୋଇଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ସୁଧାକର ବସନ୍ତଙ୍କୁ ମିଳିଛି । ଅନ୍ୟପଟେ ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ପ୍ରେମ ଆନନ୍ଦ ।

ଶେଷଥର ପାଇଁ ବର୍ଷାଙ୍କୁ ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ କୁଇନ୍‌ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମକୁ ବାଦ୍ ଦେଲେ ଅନୁଭବ ମହାନ୍ତିଙ୍କ ସହ ତାଙ୍କ ଲିଗାଲ୍ ଫାଇଟ୍‌କୁ ନେଇ ସେ ଚର୍ଚ୍ଚାରେ ରହିଆସିଛନ୍ତି । ଆଶା କରାଯାଉଛି ଫିଲ୍ମ ବିଜୟିନୀ ବର୍ଷାଙ୍କ ଜୀବନକୁ ଏକ ସକତାତ୍ମକ ଅନୁଭୁତି ଦେବାରେ ସଫଳ ହେବ ।

Leave A Reply

Your email address will not be published.