Latest Odisha News

BREAKING NEWS

ପୁରୀରେ ଅକ୍ଟୋବର ୧୮ରୁ ହେବ ଜାତୀୟ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ

ପୁରୀ: ଜଗନ୍ନାଥ ଷ୍ଟାଡିୟମ ଠାରେ ୪ର୍ଥ ଏନଟିପିସି ଜାତୀୟ ର‌୍ୟାଙ୍କିଂ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୮ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟକୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପୁରୀରେ ଜାତୀୟ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟର ଆୟୋଜନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ପ୍ରଶାସନ ଓ କ୍ରୀଡା ବିଭାଗ ପକ୍ଷରୁ ସହଯୋଗ ଦେବାକୁ ସେ ସୂଚନା ଦେଇଥିଲେ ।  ଓଡିଶା ତୀରନ୍ଦାଜ ଆସୋସିଏସନର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ବିସ୍ତୃତ ସୂଚନା ଦେଇ ସିନିୟର, ଜୁନିୟର ଓ ସବ ଜୁନିୟର ସ୍ତରରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ ବୋଲି କହିଥିଲେ ।

ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଆସିବେ ସେଥିପାଇଁ ସୁରକ୍ଷା, ଶୃଙ୍ଖଳା ରକ୍ଷା, ସ୍ୱଛତା, ଟ୍ରାଫିକ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ସିଡିଏମଓ ଡା ରୂପଭାନୁ ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,  ଓଡ଼ିଶା ତୀରନ୍ଦାଜ ଆସୋସିଏସନର ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.