Latest Odisha News

BREAKING NEWS

ଧରା ସ୍ପର୍ଶ କଲା ପାର୍ବଣ; ଆଜିଠାରୁ ଆରମ୍ଭ ହେଉଛି ‘ନବରାତ୍ରୀ’

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଗଲା ପାର୍ବଣ । ଚାରିଦିଗ ଏବେ ଉତ୍ସବ ମୁଖର। ସ୍ୱର୍ଗରୁ ମର୍ତ୍ତ୍ୟ ଯାଏଁ ଏବେ ସବୁଠି ହେବ ଜଗତଜନନୀ ମାଆ ଦୁର୍ଗାଙ୍କ ଆରାଧନା ।

ନବରାତ୍ରୀ ଅବସରରେ ଆଜି ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା କରିଛନ୍ତି। ଆଜିଠାରୁ ମା’ ଦୁର୍ଗା ନବରାତ୍ରୀ କାଳରେ ଭକ୍ତଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେବେ ।

ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ । ଆଶ୍ୱିନ ଶୁକ୍ଲପକ୍ଷର ପ୍ରତିପଦ ତିଥିରୁ ଏହା ଆରମ୍ଭ ହୋଇ ଦଶହରାରେ ଶେଷ ହୋଇଥାଏ । ଦେଶର ପ୍ରମୁଖ ଦେବୀ ପୀଠ ମାନଙ୍କରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି ୯ ଦିନ ମଧ୍ୟରେ ଓଡ଼ିଶା ଐତିହାସିକ ସହର କଟକସ୍ଥିତ କଟକ ଚଣ୍ଡୀ ମନ୍ଦିରରେ ପ୍ରବଳ ଭିଡ ରହିଥାଏ ।

ନବରାତ୍ରୀର ଅନ୍ୟତମ ଆକର୍ଷଣ ହେଉଛି ଗରବା ଓ ଦାଣ୍ଡିଆ । ଦେଶର ପ୍ରମୁଖ ସହରଗୁଡ଼ିକରେ ଗରବା ଓ ଦାଣ୍ଡିଆର ଆୟୋଜନ ହୋଇଥାଏ । ଦାଣ୍ଡିଆ-ଗରବା ନୃତ୍ୟ ସନ୍ଧ୍ୟା ସମୟରୁ ଆରମ୍ଭ ହୋଇ ବିଳମ୍ବିତ ରାତ୍ରୀ ଯାଏଁ ଆସର ଜମିଥାଏ । ଗୁଜୁରାଟର ବିଭିନ୍ନ ସହର, ମୁମ୍ବାଇ, ରାଜସ୍ଥାନରେ ଗରବା-ଦାଣ୍ଡିଆର ଅଧିକ ଚାହିଦା ରହିଛି ।

Leave A Reply

Your email address will not be published.