Latest Odisha News

BREAKING NEWS

‘ନବରାତ୍ରୀ’ରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ‘ନବରାତ୍ରୀ ପୂଜା’। ଶ୍ରଦ୍ଧାଳୁମାନେ ଆନନ୍ଦ ଉତ୍ସାହର ସହ ନବରାତ୍ରୀ ସମୟରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି।

ଏହିି ଅବସରରେ ଜଗତଜନନୀ ମା’ ଦୁର୍ଗା ଧରାବତରଣ କରିବା ସହ ପାପର ବିନାଶ କରିଥା’ନ୍ତି । ନବରାତ୍ରୀର ନଅ ଦିନ ଯାଏଁ ଘରେ ଓ ମନ୍ଦିରରେ ମାତାଙ୍କୁ ସ୍ଥାପିତ କରାଯିବା ସହ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥାଏ ।

ତେବେ ଏହି ପୂଜା ସମୟରେ କିଛି ନୀତିନିୟମ ଉପରେ ଧ୍ୟାନ ରଖନ୍ତୁ, ନଚେତ୍ ପଡିପାରେ ମା’ଙ୍କର କୋପ ଦୃଷ୍ଟି…

ଖାସକରି ଏହି ୯ ଦିନ ମଧ୍ୟରେ ବ୍ରତଧାରୀ କେଶ, ନଖ ତଥା ଦାଢୀ ମଧ୍ୟ କାଟନ୍ତୁ ନାହିଁ ।

ନବରାତ୍ରୀର ୯ ଦିନ ମା’ଙ୍କୁ ଅନ୍ନ ଭୋଗ ଲଗାନ୍ତୁ ନାହିଁ । ଏହାବ୍ୟତିତ ଘରେ ଏହି ଦିନ ଯାଏଁ ପିଆଜ, ରସୁଣ ଓ ଆମିଷ ବର୍ଜନ କରନ୍ତୁ ।

ଏହି ୯ ଦିନ ଯାଏଁ ଠାକୁର ଘରେ ଅଖଣ୍ଡ ଦୀପ ଜଳାଇ ରଖନ୍ତୁ, ଏହାକୁ କେବେ ହେଲେ ଲିଭିବାକୁ ଦିଅନ୍ତୁ ନାହିଁ ।

କୁହାଯାଏ, ଦେବୀ ମା’ଙ୍କୁ ଲାଲ୍ ରଙ୍ଗର ବସ୍ତ୍ର ବେଶ ପସନ୍ଦ । ତେଣୁକରି ଲାଲ୍ ରଙ୍ଗ ବ୍ୟତିରକେ ଅନ୍ୟ କୌଣସି ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ ନାହିଁ ।

ବ୍ରତ ରଖିବା ସମୟରେ ବେଳେ ବେଳେ ବ୍ରତଧାରୀ ତମ୍ବାଖୁ ଓ ଗୁଟଖା ଭଳି ଦ୍ରବ୍ୟର ସେବନ କରିଥାନ୍ତି । ଏଭଳି କଲେ ମା’ ଦୁର୍ଗାଙ୍କ ବ୍ରତ ଅସମ୍ପୂର୍ଣ୍ଣ ରହିଯାଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.