Latest Odisha News

ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ହେବ ନୂଆ ଆଇନ, ସବୁ ଡିଜିପିଙ୍କ ସହ ବୈଠକ

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ହେବ ନୂଆ ଆଇନ। ଆସନ୍ତା ଜୁଲାଇ ମାସରୁ ଲାଗୁ ହେବାକୁ ଯାଉଛି ନୂଆ ପୋଲିସ ଆଇନ୍ । ହଟିବ ବ୍ରିଟିଶ ଶାସନ ଏବଂ ଲାଗୁ ହେବ ଭାରତୀୟ ନିୟମ । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟକୁ ହଟାଇବେ କେନ୍ଦ୍ର ସରକାର । ନୂଆ ପୋଲିସ ଆଇନ ଲାଗୁ ନେଇ ସବୁ ଡିଜିପିଙ୍କ ସହ ବୈଠକ ହୋଇଛି।

ଭିସି ଜରିଆରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଡିଜିପିଙ୍କ ସହ ଆଲୋଚନା ହୋଇଛି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଲାଗୁ ହେବ। ଇଣ୍ଡିଆନ ପେନାଲ କୋଡ୍ ପରିବର୍ତ୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା । ଭାରତୀୟ ସାକ୍ଷ୍ୟ ଆଇନ ମଧ୍ୟ ଜୁଲାଇ ପହିଲାରୁ ଲାଗୁ ହେବ। ଭାରତରେ ନୂଆ ସରକାର ଭାବରେ ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଗ୍ରହଣ କରିବା ପରେ ବଦଳିବାକୁ ଯାଉଛି ଭାରତରେ ଚାଲିଥିବା ବ୍ରିଟିଶ ଶାସନ। ଏହାପରେ ଭାରତୀୟ ନ୍ୟାୟ ସଂହିତା ଜୁଲାଇ ମାସରୁ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି ।

ଏହି ନୂଆ ନିୟମ ଲାଗୁ କରିବା ନେଇ ଗୃହ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ଦିଆଯିବ । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ସବୁ ଡିଜିପିଙ୍କ ସହ ଆଲୋଚନା କରାଯାଇଛି । ନୂଆ ଆଇନର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି ।

Comments are closed.