Latest Odisha News

ଏଣିକି ରାମେଶ୍ଵର ଯାତ୍ରା ହେବ ଆହୁରି ସହଜ, ନଜର ପକାନ୍ତୁ ଏହି ଅନନ୍ୟ ସେତୁ ଉପରେ…

ଚେନ୍ନାଇ: ଏଣିକି ରମେଶ୍ୱରାମ ଯାତ୍ରା ହେବ ଆହୁରି ସହଜ । ଦେଶର କୋଣ ଅନୁକୋଣରୁ ଲୋକମାନେ ସିଧାସଳଖ ଟ୍ରେନରେ ଏହି ଧାର୍ମିକ ସ୍ଥାନରେ ପହଞ୍ଚି ପାରିବେ। ସିଧାସଳଖ ଭାବେ ଏଠାରେ ଟ୍ରେନ୍ ଚଳାଇବା ପାଇଁ ସମୁଦ୍ରରେ ପବନ ବ୍ରିଜ୍ ନିର୍ମାଣ କରାଯାଉଛି । ଯାହା ଏବେ ଶେଷ ପର୍ଯ୍ୟାୟରେ । ଖୁବ୍ ଶୀଘ୍ର ଏହି ସେତୁ ଦେଇ ଟ୍ରେନ୍ ଚଳାଚଳ ଆରମ୍ଭ ହେବ । ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଭର୍ଟିକାଲ୍ ସି ଲିଫ୍ଟ ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କିନ୍ତୁ ମଝିରେ କରୋନା କାରଣରୁ ଏହାର ନିର୍ମାଣରେ ବିଳମ୍ବ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି ସେତୁ କାର୍ଯ୍ୟ ପ୍ରାୟ ଶେଷ ହୋଇସାରିଛି । ଖୁବ୍ ଶୀଘ୍ର ଏହି ସେତୁ ଦେଇ ଟ୍ରେନ ଚଳାଚଳ ଆରମ୍ଭ ହେବ ।

ପାଖରେ ଥିବା ପୁରୁଣା ସେତୁ ପାଖରେ ଆଉ ଏକ ନୂତନ ସେତୁ ନିର୍ମାଣ କରାଯାଉଛି । ପୁରୁଣା ସେତୁର ଅବସ୍ଥା ଖରାପ ହୋଇଯିବାରୁ ଏହା ଉପର ଦେଇ ଯିବା ଆସିବା କରିବା ବିପଦପୂର୍ଣ୍ଣ ହୋଇଥିଲା । ଯେଉଁଥିପାଇଁ ଡିସେମ୍ବର ୨୦୨୨ରେ ଟ୍ରେନ ଚଳାଚଳ ବନ୍ଦ ହୋଇଯାଇଥିଲା | ପୁରୁଣା ସେତୁଟି ପ୍ରାୟ ୧୧୦ବର୍ଷ ପୁରୁଣା । ଯାହା ଉପରେ ଟ୍ରେନ୍ ବହୁତ ମନ୍ଥର ହତିରେ ଯିବା ଆସିବା କରୁଥିଲା । ତେଣୁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପୁରୁଣା ବ୍ରିଜର ଗୋଟିଏ ପାର୍ଶ୍ୱରେ ଯାନବାହାନ ଯିବା ଆସିବା ପାଇଁ ଏକ ସେତୁ ନିର୍ମାଣ କରାଯାଇଛି ଏବଂ ଅନ୍ୟ ପଟେ ଏକ ଭର୍ଟିକାଲ ସି ବ୍ରିଜର ନିର୍ମାଣ କରାଯାଉଛି।

ଏହି ନୂତନ ସେତୁରେ ୧୮.୩ ମିଟରର ୧୦୦ଟି ସ୍ପେନ୍ ଏବଂ ୬୩ ମିଟରର ଏକ ନାଭିଗେସନାଲ ସ୍ପେନ୍ ଅଛି । ସମୁଦ୍ର ପତ୍ତନ ଠାରୁ ୨୨.୦ମିଟର ନାଭିଗେସନ୍ ଏୟାର କ୍ଲିୟରାନ୍ସ ସହିତ ବିଦ୍ୟମାନ ସେତୁଠାରୁ ଏହା ୩.୦ ମିଟର ଉଚ୍ଚ ହେବ | ଡବଲ ଲାଇନ ପାଇଁ ସେତୁର ସଂରଚନା ପ୍ରସ୍ତୁତ କରାଯାଇଛି | ପମ୍ବନ୍ ବ୍ରିଜ୍ ପରେ ଧନୁଷକୋଡି ପଡେ । ଏହା ଭାରତର ଶେଷ ସ୍ଥାନ । ଏହା ପରେ ସମୁଦ୍ର ଆରମ୍ଭ | ଧନୁଷକୋଡିରୁ ମନ୍ନାର ମଧ୍ୟରେ ଫେରି ଚାଲିଥାଏ | ନୂତନ ସେତୁ ୯୦ ଡିଗ୍ରୀ କୋଣରେ ଉପରକୁ ଖୋଲିବ | ଏହା ଟ୍ରେନ୍ ଏବଂ ଜାହାଜ ପାଇଁ କ୍ରସ୍ ପାସ୍ ଭାବରେ କାର୍ଯ୍ୟ କରିବ |

Comments are closed.