Latest Odisha News

କୋଭିଡ଼-୧୯: ଆମେରିକାରେ ୩ ଲକ୍ଷ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୮୦୦୦

ୱାସିଂଟନ: ଆମେରିକାରେ କରୋନାର କରାଳ ରୂପ । କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଧିକ ମାମଲା ସହ ଏହି ସଂଖ୍ୟା ୩ ଲକ୍ଷ ଟପି ୩୧୧,୩୫୬ ପହଞ୍ଚି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୪୫୨ ଛୁଇଁଛି ।

ଆମେରିକାର ନ୍ୟୁୟର୍କ ସହରରେ ସର୍ବାଧିକ ୧୧୪,୭୭୫ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ୩୫୬୫ ରେ ପହଞ୍ଚିଛି ।

ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଆମେରିକାରେ ସ୍ଥିତି ଏଭଳି ହୃଦୟ ବିଦାରକ ରହିବ ବୋଲି କୁହାଯାଉଥିବା ବେଳେ ଏହାପରେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବାର ଆଶା ଥିବା ଆମେରିକା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.