Latest Odisha News

BREAKING NEWS

ରାଜ୍ୟରେ କରୋନା ଅପଡେଟ୍…

ଭୁବନେଶ୍ୱର: କରୋନା କବଳରେ ସାରବିଶ୍ୱ । ଭାରତ ସମେତ ଏହା ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି । ୨ ଦିନ ତଳେ ୪ ରେ ସୀମିତ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨୧ ଛୁଇଁଛି ।

ସଦ୍ୟତମ ରିପୋର୍ଟ ଅନୁଯାୟୀ ଶନିବାର ରାତିରେ ଜଣେ ନୂଆ କରୋନା ପିଡ଼ିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ହୋଇଥିବା ଏହି ଯୁବକ ଜଣଙ୍କ କଳାହାଣ୍ଡି ଜିଲ୍ଲାର ହୋଇଥିବା ବେଳେ ୧୮ ଦିନ ପୂର୍ବେ ସେ ବାହାରିନରୁ ଫେରିଥିଲେ । ବର୍ତ୍ତମାନ ତାଙ୍କୁ ହସ୍ପିଟାଲର ଆଇସୋଲେଶନରେ ରଖାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି ।

ଆରଏମଆରସିରେ ଶନିବାର ୨୨୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଏମ୍ସରେ ୩୮ଟି ଓ ଏସ୍‌ସିବିରେ ୪୩ଟି ନମୁନା ପରୀକ୍ଷା କରାଯାଇଥିଲା ।

ଏମ୍ସରେ ପରୀକ୍ଷା ହୋଇଥିବା ସମସ୍ତ ୩୮ ଟି ନମୁନା ନେଗେଟଭ ଆସିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ଏପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୧୬୯୯ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ ୨୧ଟି ପଜିଟିଭ ଥିବା ଜଣାପଡିଛି ।

ରାଜ୍ୟର ମୋଟ ୨୧ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଏବେ ୯୧ ଜଣ ରୋଗୀ ଆଇସୋଲେଶନରେ ଅଛନ୍ତି ।

ତୃତୀୟ ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ, ୫ମ ବ୍ୟକ୍ତିଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୧୬ ଜଣଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲରେ ନିର୍ମିତ ହୋଇଥିବା ସ୍ୱତନ୍ତ୍ର କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଏହାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକ, ଭ୍ରଦକ ସମେତ ଭୁବନେଶ୍ୱର, ପୁରୀ ଓ ଯାଜପୁର ଜିଲ୍ଲାର ଏକାଧିକ ସ୍ଥାନକୁ ସିଲ ଘୋଷଣା କରିଛନ୍ତି।

Leave A Reply

Your email address will not be published.