Latest Odisha News

ସପ୍ତାହକ ମଧ୍ୟରେ ବଢ଼ିବ କୋଭିଡ କେୟାର ସେଂଟର ଶଯ୍ୟା ସଂଖ୍ୟା: ନବୀନ

ଭୁବନେଶ୍ୱର: ମହାମାରୀ କୋଭିଡ୧୯ ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଆଗାମୀ ଏକ ସପ୍ତାହ ମଧ୍ୟରେ କୋଭିଡ କେୟାର ସେଂଟର ଶଯ୍ୟା ସଂଖ୍ୟା ବଢ଼ିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ୬ ଜିଲ୍ଲା ଗଂଜାମ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ବଲାଙ୍ଗୀରରେ କୋଭିଡ କେୟାର ସେଂଟରର ଶଯ୍ୟା ସଂଖ୍ୟା ବଢ଼ାଯିବ । ଏବେ ପ୍ରବାସୀ ଓଡ଼ିଆ ବହୁ ସଂଖ୍ୟାରେ ରାଜ୍ୟକୁ ଫେରୁଛନ୍ତି । ବିଭିନ୍ନ ଅଂଚଳରେ ନିର୍ମିତ ଅସ୍ଥାୟୀ ଶିବିରଗୁଡିକର ଉପଯୁକ୍ତ ପରିଚାଳନା ଓ ଲୋକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଅର୍ଥନୀତିକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ସେହିପରି ଗଂଜାମ ଭଳି ଅନ୍ୟ ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରମାନଙ୍କରେ ଅନ୍ତେବାସୀମାନଙ୍କୁ କୋଭିଡ ରୋଗ ପରିଚାଳନା ସମ୍ପର୍କରେ ତାଲିମ ଦିଆଯିବ । ଫଳରେ ସଂଗରୋଧରୁ ବାହାରିବା ପରେ ସେମାନେ କୋଭିଡ ସ୍ୱେଚ୍ଛାସେବୀ ଭାବେ ସମାଜକୁ ସେବା ଯୋଗାଇ ଦେଇପାରିବେ ବୋଲି ନବୀନ କହିଛନ୍ତି ।

ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟରେ କରୋନା ନିୟନ୍ତ୍ରଣ ଏବଂ ଅର୍ଥନୈତିକ ପୁନରଉଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.