Latest Odisha News

BREAKING NEWS

କରୋନା ସଙ୍କଟରେ ପୁଞ୍ଜି ନିବେଶକଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ଓଡ଼ିଶାର ଯୋଜନା

ଭୁବନେଶ୍ୱର: ବର୍ତ୍ତମାନ କରୋନା ସଙ୍କଟ ଦେଇ ସାରା ବିଶ୍ୱ ଗତି କରୁଥିବା ବେଳେ ଏକ ପରିବର୍ତ୍ତିତ ଅର୍ଥନୀତିର ସମ୍ଭାବନାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ନିଜ ଶିଳ୍ପ ନୀତି ପରିଯୋଜନା (ଆଇଇପିଆର) ୨୦୨୦ରେ ସୁଧାର ଆଣିବାକୁ ଯୋଜନା କରୁଛନ୍ତି ।

ବିଶ୍ୱର ବହୁ ପୁଞ୍ଜି ନିବେଶକ ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି, ତେଣୁ ସରକାରଙ୍କ ଏହି ଯୋଜନା ନିଶ୍ଚିତ ରୂପେ ପୁଞ୍ଜି ନିବେଶକଙ୍କ ଆତ୍ମବିଶ୍ୱାସ ଫେରାଇ ଆଣିବା ଆଶା ସଞ୍ଚାର କରିଛି ।

ଏଠାରେ ସୂଚନାଯୋଗ୍ୟ, ଏପରି ପରିସ୍ଥିତି ସତ୍ୱେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ୯,୦୦୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି । ବିଜିନେସ୍ ଷ୍ଟାଣ୍ଡାର୍ଡ଼କୁ ଜଣେ ସରକାରୀ ଅଧିକାରୀ ଜଣାଇଛନ୍ତି ଯେ, କୋରିଆର କମ୍ପାନୀଗୁଡ଼ିକ ଲାଗି ଭୁବନେଶ୍ୱର ଉପକଣ୍ଠରେ ୩୦୦ ଏକର ପରିବ୍ୟାପ୍ତ ଜମି ପ୍ରସ୍ତୁତ ରହିଛି । ସେହିପରି ଭାବେ ଯଦି ଜାପାନର କମ୍ପାନୀଗୁଡ଼ିକ ଓଡ଼ିଶାରେ ପୁଞ୍ଜି ବିନିଯୋଗ କରନ୍ତି ତେବେ ନିବେଶକଙ୍କ ଲାଗି ଢେଙ୍କାନାଳଠାରେ ୧୨୦୦ ଏକର ଜମି ଯୋଗାଇଦେବାକୁ ଯୋଜନା କରିଛନ୍ତି । ଏହି ସମସ୍ତ ନିବେଶକଙ୍କ ଲାଗି ଓଡ଼ିଶାରେ ପୁଞ୍ଜି ବିନିଯୋଗ ଲାଗି ପର୍ଯ୍ୟାପ୍ତ ପରିମାଣରେ ଏନକ୍ରୋଚମେଣ୍ଟରହିତ ଜମି ରହିଛି ଯେଉଁଠି ସେମାନେ ନିବେଶ କରିପାରିବେ ।

ବର୍ତ୍ତମାନ ପରିସ୍ଥିତିରେ ଚୀନ ବାହାରକୁ ଯାଇ କମ୍ପାନୀ ଗୁଡ଼ିକ ପୁଞ୍ଜି ନିବେଶ କରିବାକୁ ମନସ୍ଥ କରିସାରିଥିବା ବେଳେ ଏହି କମ୍ପାନୀଗୁଡ଼ିକୁ ରାଜ୍ୟରେ ପୁଞ୍ଜି ନିବେଶ କରିବା ଲାଗି ରଣନୀତି ପ୍ରସ୍ତୁତ ହେଉଛି ।

ଏତଦ୍ ବ୍ୟତୀତ, ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲ୍ୟୁସିଏ) ମଧ୍ୟ ତିନୋଟି ନିବେଶକ ପ୍ରସ୍ତାବକୁ ଅନୁମୋଦନ କରିଛି । ସେଗୁଡ଼ିକ ହେଲା କାଶଭୀ ଇଣ୍ଟରନ୍ୟାସନାଲ, ପ୍ୟୁରୋଷ୍ଟିଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ଏବଂ ଓଡ଼ିଶା କ୍ୟାରିୟର୍ସ ଓ ଟ୍ରେଡ଼ ।

ଏଥିଲାଗି ବିଭିନ୍ନ ମ୍ୟାନୁଫାକଚରିଂ ୟୁନିଟ୍ ଯେପରିକି ଷ୍ଟିଲ, ଟ୍ୟୁବସ ଓ ପାଇପ୍ସ ପିଭିଡ଼ି କୋଟିଂ ଏବଂ ଲଜିଷ୍ଟିକ୍ସ ପାର୍କସ ସ୍ଥାପନ କରାଯାଇପାରିବା ନେଇ ସରକାରୀ ସୂତ୍ରରୁ ଜଣା ପଡ଼ିଛି ।

Leave A Reply

Your email address will not be published.