Latest Odisha News

BREAKING NEWS

ଉପରମୁହାଁ କରୋନା ଗ୍ରାଫ୍: ପୁଣି ଫେରିବ ମାସ୍କ, ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ଉପରମୁହାଁ ହେଲାଣି କୋରୋନା ଗ୍ରାଫ୍। ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି। ଏନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର। ସେହପରି ଦେଶରେ ୪ ହଜାର ମୁହାଁ କରୋନା କେସ। ପୁଣି ଫେରିବ ମାସ୍କ।

ତେବେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଯେତିକି ପରୀକ୍ଷା ହେଉଛି ବହୁତ କମ୍‌ ପଜିଟିଭ୍‌ ଆସୁଛି। ଗହଳି ସ୍ଥାନକୁ ଯାଆନ୍ତୁନି, ଦରକାର ପଡ଼ିଲେ ମାସ୍କ, ଗ୍ଲୋଭସ୍‌ ପିନ୍ଧନ୍ତୁ। କିନ୍ତୁ କୋରୋନାକୁ ନେଇ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେଲା ସ୍ୱାସ୍ଥ୍ୟ ବିଭାଗ। ଷ୍ଟାଣ୍ଡର୍ଡ ପ୍ରୋଟୋକୋଲ ମାନିବାକୁ ପରାମର୍ଶ। ଲୋକଙ୍କୁ ଗହଳିକୁ ନ ଯିବାକୁ ପରାମର୍ଶ ସହିତ ହାତ ଧୋଇବା ସହ ଗ୍ଲୋବସ ପିନ୍ଧିବା ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ନିଶ୍ଚିତ ଏହା ପାଳନ କରିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ।

ଅନ୍ୟପଟେ ୩ହଜାର ୯୬୧ ରହିଛି କରୋନା ଆକ୍ସିଭ କେସ। ଗତ ୨୪ ଘଣ୍ଟାରେ କୋଭିଡରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ଦେଶରେ କୋଭିଡ ମୃତ୍ୟୁସଂଖ୍ୟା ୩୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। କେରଳରେ ସର୍ବାଧିକ ୧୪୩୫ କରୋନା ସଂକ୍ରମିତ ଅଛନ୍ତି । ସେହିପରି ମହାରାଷ୍ଟ୍ରରେ ୫୦୬ ସଂକ୍ରମିତ ଥିବା ଜଣାଯାଇଛି।

ପଶ୍ଚିମବଙ୍ଗରେ ୪୪ ନୂଆ କେସ ବାହାରିଥିବା ବେଳେ ମୋଟ ସଂକ୍ରମିତ ସଂଖ୍ୟା ୩୩୧ରେ ପହଞ୍ଚିଛି। ଦିଲ୍ଲୀ , କେରଳ ଓ ଗୁଜରାଟରେ ମଧ୍ୟ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି। କୋଭିଡ ସଂକ୍ରମଣ ବଢୁଥିବା ବେଳେ ମୁକାବିଲା ପାଇଁ କେନ୍ଦ୍ର ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି। ଡାକ୍ତରଖାନାରେ ଯଥେଷ୍ଟ ପରିମାଣର ଆଇସିୟୁ ବେଡ ଓ ଅକ୍ସିଜେନ ସିଲିଣ୍ଡର ମହଜୁଦ ରହିଛି।

Comments are closed.