କେନ୍ଦ୍ରାପଡା: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କମିଛି ଡଲଫିନ ସଂଖ୍ୟା । ଗତବର୍ଷ ତୁଳନରେ ଚଳିତବର୍ଷ ୧୧ଟି ଡଲଫିନ ସଂଖ୍ୟା ହ୍ରାସ ପାଇଥିବା ସୂଚନା ରହିଛି । ଧାମରା ମୁହାଁଣ ଠାରୁ ଦେବି ମୁହାଁଣ ଯାଏଁ ସମୁଦ୍ର ମଧ୍ୟ୍ୟରେ ଓ ଭିତରକନିକାର ନଦୀ ଓ କ୍ରିକ ମାନଙ୍କରେ ବନବିଭାଗ ର ୯ଟି ଟିମ୍ ୩ ଦିନ ଧରି ଡଲଫିନ ଗଣନା କରିଥିଲେ ।
ଗତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ୫୦୪ଟି ୫ ପ୍ରଜାତିର ଡଲଫିନ ଦେଖାଯାଇଥିବା ବେଳେ ଚଳିତବର୍ଷ ୪୯୩ଟି ଡଲଫିନ ଗଣନା କରାଯାଇଛି । ଚଳିତବର୍ଷ ବାବୁବାଲି ଓ ହାବାଳୀଖଟି ନିକଟରେ ହମ୍ପବ୍ୟାକ ନାମକ ଡଲଫିନ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି ।
୨୦୧୫ ମସିହାରେ ଜଙ୍ଗଲ ଓ ପରିବେଶ ବିଭାଗର ଅନୁମୋଦନ କ୍ରମେ ଭିତରକନିକା ରେ ଡଲଫିନ ଗଣନା କରାଯାଉଛି । ପୂର୍ବରୁ କେବଳ ଚିଲିକାରେ ଡଲଫିନ ଗଣନା କରାଯାଉଥିଲା । ଚିଲିକାରେ ଇରାୱାଡି ନାମକ ଗୋଟିଏ ପ୍ରଜାତିର ଡଳଫିନ ଦେଖା ଯାଉଥିବା ବେଳେ ଭିତରକନିକା ଇରାୱାଡି, ବଟଲନୋଜ, ହମ୍ପବ୍ୟାକ, ପରିପଏସ, ଫିନଲେସ ଓ ଗାଙ୍ଗେଟିକ ପ୍ରଭୁତି ୫ ପ୍ରଜାତିର ଡଲଫିନ ଦେଖାଯାନ୍ତି ।