Latest Odisha News

BREAKING NEWS

ଏମିତି ଏକ ଅଫିସ୍ : ଯେଉଁଠି କର୍ମଚାରୀଙ୍କୁ ବିଶ୍ରାମ ପାଇଁ ତକିଆ, ବେଡସିଟ୍ ଦିଅନ୍ତି ବସ୍‌

ଜାପାନ: ଅନେକ ସମୟରେ ଦେଖାଯାଏ ଯେ, ବିଭିନ୍ନ ଅଫିସରେ କାମ କରୁଥିବା କର୍ମଚାରୀମାନେ ଡ଼୍ୟୁଟି ଆୱାର ସମୟରେ ବିଭିନ୍ନ କାରଣରୁ ଥକି ପଡ଼ିଥାନ୍ତି । ପରିଣାମ ସ୍ୱରୂପ ଏହି କାର୍ଯ୍ୟ ସମୟ ଭିତରେ ପୁରା ହୋଇପାରେ ନାହିଁ ଦିଆଯାଇଥିବା କାମ । ତେବେ ଘରୋଇ କମ୍ପାନୀରେ ଦକ୍ଷତା ପ୍ରଦର୍ଶନ ପାଇଁ ବିଭିନ୍ନ ପାରାମିଟର ଥିବାରୁ ଥକି ପଡ଼ୁଥିଲେ ବି ବିରକ୍ତିଭାବ ସହ ୮ ଘଣ୍ଟା ଧରି ଡ଼୍ୟୁଟି କରିଥାନ୍ତି କର୍ମଚାରୀ । ତେବେ ଜାପାନରେ କର୍ମଚାରୀଙ୍କ ଏହି ସମସ୍ୟାକୁ ଭଲ ଭାବେ ବୁଝୁଛନ୍ତି ଜଣେ ମାଲିକ । ନିଜ କର୍ମଚାରୀଙ୍କ ପାଇଁ ଅଫିସରେ କ’ଣ ସବୁ ବ୍ୟବସ୍ଥା କରିଛନ୍ତି ତାହା ଜାଣିଲେଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସାଧାରଣତଃ ପ୍ରତ୍ୟେକ ଅଫିସରେ ୮ଘଣ୍ଟା କାମ କରିବା ବାଧ୍ୟତାମୂଳକ ହୋଇଥାଏ । ଆଉ ଘରୋଇ କମ୍ପାନୀ ବିଷୟରେ ନ କହିବା ଭଲ । ଘରୋଇ କମ୍ପାନୀରେ କର୍ମଚାରୀମାନେ ୧୦ରୁ ୧୨ ଘଣ୍ଟା ଧରି କାମ କରିବାକୁ ପଡ଼ିଥାଏ । ଯଦି କେବେ କର୍ମଚାରୀ ଥକି ଯାଆନ୍ତି, ତାହାହେଲେ ସେମାନେ ନିଜ ଟେବୁଲ ଉପରେ ମୁଣ୍ଡ ରଖି ବିଶ୍ରାମ ନେଇଥାନ୍ତି । ଏହାକୁ ପାଖରେ କାମ କରୁଥିବା ଅନ୍ୟ କର୍ମଚାରୀମାନେ ସହଜରେ ଗ୍ରହଣ କରିପାରନ୍ତି ନାହିଁ । କିନ୍ତୁ ଜାପାନରେ ରହିଛି ଏପରି ଏକ କମ୍ପାନୀ, ଯେଉଁଠି ଶୋଇବା ପାଇଁ ଏକ ଘଣ୍ଟା ବିରତି ଦିଆଯାଏ । ଏଠାରେ ମଧ୍ୟାହ୍ନ ଭୋଜନ ସହିତ ଶୋଇବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଯାହାଫଳରେ କର୍ମଚାରୀମାନେ ଭଲରେ କାମ କରିପାରିବେ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜାପାନର ଏହି କମ୍ପାନୀରେ ଏକ ଡେସ୍କ ଅଛି, ଯେଉଁଠାରେ କର୍ମଚାରୀମାନେ ସେମାନଙ୍କର ବ୍ୟାଗ ଏବଂ ଅନ୍ୟାନ୍ୟ ଜିନିଷ ରଖିଛନ୍ତି । ଜଣେ ମହିଳା କର୍ମଚାରୀ ତାଙ୍କ ଚେୟାରକୁ ପଛ ଆଡକୁ ଠେଲୁଛନ୍ତି, ଯାହାକି ଏକ ବେଡ୍ ହୋଇଯାଉଛି । ବେଡ୍‌ରେ ତକିଆ ଓ ବେଡସିଟ୍ ବ୍ୟବସ୍ଥା ମଧ୍ୟ ଅଛନ୍ତି । ମହିଳା ଜଣକ ଏକ ବେଡ଼ସିଟ୍ ଘୋରି ହୋଇ ଶୋଉଛନ୍ତି । ତାଙ୍କ ପାଖରେ ଅନ୍ୟ କର୍ମଚାରୀମାନେ ମଧ୍ୟ ଶୋଇଥିବା ଦେଖିବାକୁ ମିଳୁଛି । ଏହି ଭିଡ଼ିଓର କ୍ୟାପସନରେ ଲେଖାଯାଇଛି ଯେ, ଅଫିସ୍ ପାଇଁ ଏହା ସବୁଠାରୁ ଭଲ ଆଇଡିଆ ।

Comments are closed.