ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଏନଏସଜି ବ୍ଲାକ କ୍ୟାଟ୍ କମାଣ୍ଡୋଙ୍କ ରାଲି । ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଅଜାଦୀ କା ଅମୃତ ମହୋତ୍ସବ ଅବସରରେ କାର୍ ରାଲିରେ ବାହାରିଛନ୍ତି ଏନଏସଜି କମାଣ୍ଡୋ । ଦିଲ୍ଲୀର ଲାଲକିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଏନଏସଜି କାର୍ ରାଲି ଆଜି ଭୁବନେଶ୍ବରରେ ପହଞ୍ଚିଛି । ଏହି ଅବସରରେ ପୋଲିସ ମୁଖ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପୋଲିସ ଡିଜି ଅଭୟ ଏନଏସଜି କମାଣ୍ଡୋଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦେଶପ୍ରେମର ବାର୍ତ୍ତା ନେଇ ସହରରୁ ସହର ପରିଭ୍ରମଣ କରୁଛନ୍ତି ଏନଏସଜି ଟିମ୍ । ଦେଶର ୧୨ଟି ରାଜ୍ୟର ୧୮ଟି ସହର ଦେଇ ଏହି ରାଲି ଯାଇଛି । ଏଥିରେ ୪୯ ଜଣ କମାଣ୍ଡୋ ୭ହଜାର ୫୦୦ କିଲୋମିଟର ରାଲିରେ ବାହାରି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି । ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ଏହି ଏନଏସଜି ଟିମକୁ ସ୍ବାଭତ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଭୁବନେଶ୍ବର ପରେ ଗୋପାଳପୁର ଦେଇ ହାଇଦ୍ରାବାଦ ଯିବ ଏହି ଏନଏସଜି ଟିମ୍ ।
BREAKING NEWS
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
Comments are closed.