Latest Odisha News

BREAKING NEWS

‘ଦ ମିଲେଟ୍ ଡାଏରୀ’ର ଆସିଲା ଟ୍ରେଲର;ନିଜ ମାଟିର ଇତିହାସ ସହ ଏକ ହୃଦୟସ୍ପର୍ଶୀ କାହାଣୀ ନେଇ ଏହି ଦିନ ହେବ ରିଲିଜ

ଭୁବନେଶ୍ୱର:ନିଆରା କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ ‘ଦ ମିଲେଟ୍ ଡାଏରୀ’। ଏହି ସିନେମାଟିରେ ଦେଖିବାକୁ ମିଳିବ ଅତୀତର ସେହି ସମୟକୁ, ଯେଉଁଠି ମାଣ୍ଡିଆ କେବଳ ଏକ ଶସ୍ୟ ନଥିଲା,ଥିଲା ସଭ୍ୟତାର ପରିଚୟ। ଏକ ଶାଶ୍ୱତ ପ୍ରେମର ସୁନ୍ଦର ଝଲକ ଏହି ଚଳଚ୍ଚିତ୍ରରେ ଦେଖିବେ ଦର୍ଶକ । ଇନଫାଇସନ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ବହୁ ପ୍ରତିକ୍ଷିତ ଫିଲ୍ମର ଟ୍ରେଲର ଆଜି ଭୁବନେଶ୍ୱରର ହୋଟେଲ ପ୍ରେସିଡେନ୍ସିରେ ମୁକ୍ତିଲାଭ କରିଛି ।

ତେବେ ଆସନ୍ତା ଜୁଲାଇ ୧୬ ରଥଯାତ୍ରା ଅବସରରେ ବଡ଼ ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ଦ ମିଲେଟ୍ ଡାଏରୀ’ ।ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର, ଅଭିଷେକ ପଣ୍ଡା, ଶିବାନୀ ସଙ୍ଗୀତା, ରାଜ୍ ରାଜେଶ ଏବଂ ଶ୍ରୀତମ ଦାସ ରହିଛନ୍ତି । ଅନ୍ୟାନ୍ୟ ପ୍ରମୁଖ କଳାକାରମାନଙ୍କ ମଧ୍ୟରେ ଅଛନ୍ତି କୁନା ତ୍ରିପାଠୀ, ଶକ୍ତି ବରାଳ, ସୁଶାନ୍ତ ଦାଶମହାପାତ୍ର, ରେଭାଂଶ ମହାନ୍ତି, କାଞ୍ଚନ, ରାଜଶ୍ରୀ, ଦୀପକ, ଦେବିକା ଏବଂ ଶ୍ରେୟା।

‘ଦ ମିଲେଟ୍ ଡାଏରୀ’: କେବଳ ଏକ ସିନେମା ନୁହେଁ, ବରଂ ଏଥିରୁ କଳିଙ୍ଗର ଆତ୍ମସମ୍ମାନ ଓ ମାଣ୍ଡିଆର ଗୌରବଗାଥା ସ୍ପଷ୍ଟ ବାରି ହେଉଛି । ଓଡ଼ିଆ ସିନେମା ପ୍ରେମୀଙ୍କ ପାଇଁ ଏହା ଏକ ବଡ଼ ଉପଲବ୍ଧି ହେବ ନିଶ୍ଚୟ ବୋଲି କହିଛନ୍ତି ପ୍ରଯୋଜକ ।

Comments are closed.