Latest Odisha News

BREAKING NEWS

ଟେକଅଫ୍ ପରେ ବିମାନ ଇଞ୍ଜିନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତୀଲେ ୨୪୧ ଯାତ୍ରୀ

ନ୍ୟୁୟର୍କ: ଆମେରିକା କଲରାଡୋରେ ଭୟଙ୍କର ବିମାନ ଦୁର୍ଘଟଣା । ଏକ କାମର୍ସିୟାଲ ବିମାନର ଇଞ୍ଜିନରେ ନିଆଁ ଲାଗିବାରୁ ଏମର୍ଜେନ୍ସି ଲ୍ୟାଣ୍ଡିଙ୍ଗ କରାଯାଇଛି । ରନୱେରୁ ଉଡାଣ ଆରମ୍ଭ କରିବା ପରେ ବିମାନର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ପାଇଲଟ ଉପସ୍ଥିତି ବୁଦ୍ଧି ଖଟାଇ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡିଙ୍ଗ କରିଥିଲେ । ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୨୪୧ ଜଣ ଉପସ୍ଥିତ ଥିଲେ । 

ଆଜି ବୋଇଙ୍ଗ ୭୭୭ ବିମାନ ଉଡାଣ ଆରମ୍ଭ ହେଉ ହେଉ ଏକ ବଡ ଧରଣର ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତୀ ଯାଇଛି । ଘଟଣା ସମ୍ପର୍କରେ ଅଧିକାରୀ ସୂଚନା ଦେଇଛନ୍ତି, ଟେକଅଫ ତୁରନ୍ତ ପରେ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ଲ୍ୟାଣ୍ଡିଙ୍ଗ ପରେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ନିଆଁ ଲାଗିବା ପରେ ବିମାନର ବଡ ବଡ ଖଣ୍ଡ ତଳେ ଜନବସତି ଅଞ୍ଚଳରେ ପଡିଥିଲା ।

ବିମାନ ଡେନଭର ଇନ୍ଟରନ୍ୟାଶନାଲ ଏୟାରପୋର୍ଟରୁ ଟେକ୍ ଅଫ୍ କରିଥିଲା । କିଛି ସମୟ ପରେ ଇଞ୍ଜିନରେ ବିସ୍ଫୋରଣ ହୋଇଥିଲା । ଏହାପରେ ଏମର୍ଜେନ୍ସି ଲ୍ୟାଣ୍ଡିଙ୍ଗ କରାଯାଇଥିଲା । ବିମାନକୁ ପୁଣି ଡେନଭରରେ ଲ୍ୟାଣ୍ଡ କରାଯାଇଥିଲା । ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ଇଞ୍ଜିନର ବିଫଳତାର କାରଣ ପତା କରିବାକୁ ଯାଞ୍ଚ ଆରମ୍ଭ କରିଛି ।

ବିମାନ ଇଞ୍ଜିନରେ ନିଆଁ ଲାଗିବାରୁ ଯାତ୍ରୀ ଆତଙ୍କିତ ହୋଇପଡିଥିଲେ । ଜଣେ ଯାତ୍ରୀ ନିଜ ମୋବାଇଲରୁ ଏହାର ଭିଡିଓ ରେକଡିଂ କରିଥିଲେ । ଭିଡିଓକୁ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । 

Leave A Reply

Your email address will not be published.