Latest Odisha News

BREAKING NEWS

ଏଥର ସଂକ୍ରମଣରେ ପଡିବ ଶିକୁଳି, କରୋନା ପାଇଁ ଓଡିଶା ଆଲର୍ଟ

ଭୁବନେଶ୍ୱର: ଓଡିଶା ଛାତିରେ ପଶିଲା ଛତିଶଗଡର ଛନକା । ମହାରାଷ୍ଟ୍ର , ଛତିଶଗଡ ଓ ଅନ୍ୟ ରାଜ୍ୟର ସଂକ୍ରମଣର ସ୍ପିଡ୍‌କୁ ଦେଖି ଓଡିଶାରେ ବ୍ରେକ୍ ଲଗାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ରାଜ୍ୟ ସରକରା ପୁଣି ଜାରି କରିଛନ୍ତି କଟକଣା । ଏସ୍‌ଆରସି ଏକ ଚିଠିରେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେମିତି ଲୋକେ ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର ଓ ମାସ୍କ ପିନ୍ଧିବା ନିୟମକୁୁ କଡାକଡି ଭାବେ ପାଳନ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।

ସର୍ବସାଧାଣ ସ୍ଥାନ, ଅନୁଷ୍ଠାନ ଓ କାର‌୍ୟ୍ୟାଳୟରେ କୋଭିଡ଼ ନିୟମ କଡ଼ାକଡ଼ି ହେବ । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ସ୍ଥିତି ଉପରେ ନଜର ରଖିବେ । ବଜାର ଓ ହାଟରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯିବ ।

ଭୁବନେଶ୍ୱରରେ ମଧ୍ୟ ଲୋକଙ୍କୁ ସଚେତନ କରିବା ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ପଦକ୍ଷପେ ନିଆଯାଇଛି । କେହି କୋଭିଡ୍ ନିୟମ ନ ମାନିଲେ ସେମାନଙ୍କଠାରୁ ଫାଇନ ହେବ ବୋଲି ଘୋଷଣା ହୋଇଛି ।

Leave A Reply

Your email address will not be published.