Latest Odisha News

BREAKING NEWS

କୁକୁର ବାଟ ନ ଛାଡ଼ିବାରୁ ଲ୍ୟାଣ୍ଡିଂ କଲାନି ବିମାନ

ବେଙ୍ଗାଲୁରୁ : କୁକୁର ପାଇଁ ଗୋଆର ଦୋବାଲିନ୍ ବିମାନବନ୍ଦରରେ ଯାତ୍ରୀ ହଟହଟା । କୁକୁର ଯୋଗୁ ଅନେକ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବିମାନବନ୍ଦରରେ କୁକୁର ବାଟ ନ ଛାଡ଼ିବାରୁ ଲ୍ୟାଣ୍ଡିଂ କରି ନ ପାରି ଫେରିଗଲା ବିମାନ । ବିମାନଟି ଅବତରଣ କରୁଥିବା ବେଳେ ହଠାତ୍ ଗୋଟେ କୁକୁର ଆସିଯବାରୁ ଆଉ ଅବତରଣ କରିପାରି ନ ଥିଲା ।

ଭିସ୍ତାରା ଏୟାରଲାଇନ୍ସର ଏକ ବିମାନ ବେଙ୍ଗାଲୁରୁରୁ ଯାତ୍ରୀଙ୍କୁ ଧରି ଗୋଆରେ ପହଞ୍ôଚଥିଲା । ଗୋଆର ଦୋବାଲିନ୍ ବିମାନବନ୍ଦରରେ ଅବତରଣ କରୁଥିବା ବେଳେ ହଠାତ୍ ଏକ କୁକୁର ରନ୍‌ୱେକୁ ଚାଲି ଆସିଥିଲା । କୁକୁରଟିକୁ ଦେଖି ସେଠାରେ ଥିବା ବିମାନ କର୍ମଚାରୀମାନେ ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ କୁକୁରଟି ରନ୍‌ୱେ ସାରା ଦୌଡ଼ିବା ଆରମ୍ଭ କରି ଦେଇଥିଲା । କର୍ମଚାରୀମାନେ ବହୁ ସମୟ ଦୌଡ଼ିବା ପରେ ଚାରିପାଖରୁ ଘେରିଯାଇ କୁକୁରକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପରେ ବାହାରେ ଛାଡ଼ି ଦେଇଥିଲେ ।

ବିମାନଟି ବହୁ ସମୟ ଧରି ବିମାନବନ୍ଦର ଉପରେ ଘୂରି ବୁଲିଥିଲା । ପରେ ବିମାନଟି ଅବତରଣ କରି ନ ପାରି ବେଙ୍ଗାଲୁରୁ ଫେରିଯାଇଥିଲା । ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । କୁକୁରଟି କେଉଁଠାରୁ ଆସିଥିଲା ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । କୁହାଯାଉଛି ଯେ ଏୟାର ଟ୍ରାଫିକ ନିୟନ୍ତ୍ରକ ରନୱେରେ ଏକ କୁକୁରକୁ ଦେଖିଥିଲେ । ଭିସ୍ତାରା ଏୟାରଲାଇନ୍ସର ଏକ ବିମାନ ଅବତରଣ କରିବାକୁ ଯାଉଥିଲା । ସେହି କାରଣରୁ ନିୟନ୍ତ୍ର ପାଇଲଟଙ୍କୁ ସୂଚନା ପଠାଇଲେ ଏବଂ ବିମାନ ଅବତରଣ ନକରି ବେଙ୍ଗାଲୁରୁକୁ ଫେରିଗଲା ।

Leave A Reply

Your email address will not be published.