Latest Odisha News

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ୨ ଜଣ ମହିଳା !

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଡ଼ତୁବି ଗ୍ରାମରେ ଏକ କୁମ୍ଭୀର ମୁହଁରୁ ନିଶ୍ଚିତ ମୃତ୍ୟୁମୁଖରୁ ଜଣେ ଯୁବକଙ୍କୁ ବଞ୍ଚାଇଛନ୍ତି ୨ ଜଣ ମହିଳା ।

ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଥିବା ଯୁବକ କିଣରାମ ମଣ୍ଡଳ ଗ୍ରାମ ନିକଟସ୍ଥ ଏକ ନାଳକୁ ଯାଇଥିବା ବେଳେ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । ପାଣି ଭିତରେ କୁମ୍ଭୀରଟି ତାଙ୍କ ହାତକୁ କାମୁଡ଼ି ପାଣି ଭିତରକୁ ଟାଣି ନେଉଥିବା ବେଳେ ନିକଟରେ ମାଛ ଧରୁଥିବା ୨ ଜଣ ମହିଳା ଦୌଡ଼ି ଆସିଥିଲେ । ପାଟି କରିବା ସହିତ କୁମ୍ଭୀର ଉପରକୁ ଟେକା ପଥର ପକାଇବାରୁ କୁମ୍ଭୀରଟି ଯୁବକଙ୍କୁ ଛାଡ଼ି ପଳାଇଥିଲା ।

ଦୁଇ ଜଣ ମହିଳାଙ୍କ ସାହସିକତା ଯୋଗୁଁ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତୀ ଯାଇଥିବା କଥା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ବିଭିନ୍ନ ମହଲରୁ ୨ ମହିଳାଙ୍କୁ ପ୍ରଶଂସା କରାଯାଇଛି । କୁମ୍ଭୀର ଆକ୍ରମଣରେ ଆହତ ଯୁବକ ଜଣକ ନିକଟସ୍ଥ ରାମନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.