Latest Odisha News

BREAKING NEWS

କଂଗ୍ରେସ ମିଶ୍ରଣ ପର୍ବ: ଘର ବାହୁଡ଼ିଲେ କାର୍ତ୍ତିକେଶ୍ୱର ଓ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶା କଂଗ୍ରେସ ଭବନରେ ଆଜି କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ମୁଖ୍ୟ ହେବା ପରେ ସଭାପତି ନିରଞ୍ଜନ ପଟ୍ଟନାୟକ ବହୁ ପୁରୁଖା ନେତାଙ୍କୁ ପୁନର୍ବାର ଦଳକୁ ଫେରାଇ ଆଣି କଂଗ୍ରେସକୁ ମଜବୁତ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି ।

ଆଜି କଂଗ୍ରେସ ଭବନ ବେଶ୍ ଚଳଚଞ୍ଚଳ ରହିଥିଲା । ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ କଂଗେସର ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର ଏବଂ ବରିଷ୍ଠ ନେତା ତଥା କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପୁନର୍ବାର କଂଗ୍ରେସରେ ଯୋଗଦାନ କରିଛନ୍ତି । ରାଜ୍ୟର କେତେକ ବରିଷ୍ଠ କଂଗେସ ନେତା ଓ କର୍ମୀ ଏହି ମିଶ୍ରଣ ପର୍ବରେ ସାମିଲ ରହିଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନର ବହୁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ତଥା ଅନେକ ଯୁବନେତା କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । କ୍ରମେ ଦୁର୍ବଳ ହୋଇପଡ଼ିଥିବା ଦଳକୁ ମଜବୁତ କରିବାକୁ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ପୁରୁଖା ନେତା ତଥା କଂଗ୍ରେସ କର୍ମୀମାନେ ବେଶ୍ ଉତ୍ସାହିତ ଥିବା ଜଣାପଡୁଥିଲେ ।

Leave A Reply

Your email address will not be published.