Latest Odisha News

BREAKING NEWS

ଅଗଷ୍ଟ ୧୪ରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୧୪ରୁ ୧୬ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଗତ ବର୍ଷ ଅଗଷ୍ଟ ୨୧ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହା ସପ୍ତାହ ପୂର୍ବରୁ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ସେ କହିଛନ୍ତି ଯେ, ଏଥର ୫୫ହଜାରରୁ ଅଧିକ ସିଟ୍‌ ବୃଦ୍ଧି ପାଇଁ ଆବେଦନ ହୋଇଛି। ତେବେ ବିଜ୍ଞାନ ପାଇଁ ଲାବେରଟୋରୀ ସମସ୍ୟା ହୋଇପାରେ। ତେଣୁ ଏ ସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି।

ଗତକାଲି ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ବୈଠକ ବସିଥିଲା। ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ଚାଲିଛି। ସେମାନେ ଲାବେରଟୋରୀ ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଛି। ଆବେଦନ ପୂର୍ବରୁ କେତେ ସିଟ ବଢ଼ିଲା, SAMS websiteରେ ତଥ୍ୟ ଉପଲବ୍ଧ ହେବ।

Leave A Reply

Your email address will not be published.