Latest Odisha News

BREAKING NEWS

ରାଜ୍‌ କୁନ୍ଦ୍ରାଙ୍କ ଆବେଦନ ପ୍ରତ୍ୟାଖାନ କଲେ କୋର୍ଟ

ମୁମ୍ବାଇ: ଜେଲରେ ରହିବେ ଶିଲ୍ପପତି ରାଜ୍‌ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ରିଆନ୍‌ ଥର୍ପେ। ବମ୍ବେ ହାଇକୋର୍ଟ ଆଜି ବିଶିଷ୍ଟ ବ୍ୟବସାୟୀ ତଥା ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ରିଆନ ଥର୍ପେଙ୍କ ଆବେଦନକୁ ଖାରଜ କରିଛନ୍ତି। ସମ୍ପ୍ରତି ଉଭୟ ଅଶ୍ଳୀଳ ଭିଡିଓ ଏବଂ ଚଳଚ୍ଚିତ୍ର ନିର୍ମାଣ ଏବଂ ପ୍ରସାରଣ ମାମଲାରେ ନ୍ୟାୟିକ ହେପାଜତରେ ଅଛନ୍ତି।

BjdElectrycity

ଜଷ୍ଟିସ୍ ଏ ଏସ୍ ଗଡକରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠରେ ସେମାନଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଜଣେ ମାଜିଷ୍ଟ୍ରେଟଙ୍କ ଦ୍ବାରା ପୋଲିସ୍ ହେପାଜତକୁ ପଠାଇବା ଏବଂ ପରବର୍ତ୍ତୀ ନ୍ୟାୟିକ ହେପାଜତ ଆଇନ ଅନୁଯାୟୀ ଅଟେ ଏବଂ ଏଥିରେ ହସ୍ତକ୍ଷେପର ଆବଶ୍ୟକ ନାହିଁ।

ସେମାନଙ୍କ ଆବେଦନରେ ରାଜ କୁନ୍ଦ୍ରା ଏବଂ ଥର୍ପେ ସେମାନଙ୍କ ଗିରଫଦାରୀକୁ ବେଆଇନ ବୋଲି କହିଛନ୍ତି କାରଣ କ୍ରାଇମବ୍ରାଞ୍ଚର ଧାରା 41A ଅନୁଯାୟୀ ବିଜ୍ଞପ୍ତି ଜାରି କରିବାର ବାଧ୍ୟତାମୂଳକ ବ୍ୟବସ୍ଥା ପାଳନ କରାଯାଇ ନାହିଁ।

Leave A Reply

Your email address will not be published.