Latest Odisha News

ମହିଳା ସାମ୍ବାଦିକାଙ୍କ ଉପର କୁକୁର ଛାଡ଼ିବା ମାମଲା, ପୁଣି ରଘୁନନ୍ଦନଙ୍କ ଘରେ ପୋଲିସ

ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେବା ଅଭିଯୋଗ ମାମଲା । ପୁଣି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଘରେ ପହଞ୍ଚିଲା ପୋଲିସ । ରଘୁନନ୍ଦନ ଦାସଙ୍କ କ୍ୱାର୍ଟରରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡିଦେବା ଅଭିଯୋଗରେ ସମ୍ପୃକ୍ତ ଘରୋଇ ଚ୍ୟାନେଲ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇ ରଘୁନନ୍ଦନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମହିଳା ସାମ୍ବାଦିକଙ୍କ ଉପରକୁ ବିଜେଡି ନେତା କୁକୁର ଛାଡିଥିବା ଅଭିଯୋଗ ହୋଇଥିଲା। ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲା ଏକ ଘରୋଇ ନ୍ୟୁଜ ଚ୍ୟାନେଲ । ଉକ୍ତ ଘଟଣା ନେଇ କ୍ୟାପିଟାଲ ଥାନାରେ ଏତଲା ପରେ ରଘୁନନ୍ଦନଙ୍କ ଘରେ ପହଞ୍ଚିଥିଲା ପୋଲିସ । ସେପଟେ ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସାମ୍ବାଦିକ । ଆଜି ପୁଣି ଥରେ କ୍ୟାପିଟାଲ ଥାନା ପୋଲିସ ପଚରଉଚରା ପାଇଁ ରଘୁନନ୍ଦନଙ୍କ ଘରେ ପହଞ୍ଚିଛି।

Leave A Reply

Your email address will not be published.