Latest Odisha News

ଦକ୍ଷିଣ ମୋଡ଼ ନେବ ତିନିରଥ, ହେରାପଞ୍ଚମୀ ନୀତି ପରେ ଆରମ୍ଭ ହେଲା ବାହୁଡ଼ା ଯାତ୍ରା ପ୍ରସ୍ତୁତି

ପୁରୀ: ଶ୍ରୀମନ୍ଦିରକୁ ଫେରିବେ ମହାବାହୁ । ଆରମ୍ଭ ହୋଇଗଲାଣି ବାହୁଡ଼ାଯାତ୍ରା ପ୍ରସ୍ତୁତି । ଆଜି ଷଷ୍ଠୀରେ ତିନିରଥ ନେବ ଦକ୍ଷିଣ ମୋଡ଼ । ହେରାପଞ୍ଚମୀ ନୀତି ପରେ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି । କିଛି ସମୟ ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ୩ ରଖର ହେବ ଦକ୍ଷିଣ ମୋଡ଼ ।

ସେବାୟତ ଓ ପୁଲିସ କର୍ମଚାରୀଙ୍କ ସହାୟତାରେ ରଥ ତିନୋଟିକୁ ଦକ୍ଷିଣ ମୋଡ଼ କରାଯିବ। ଏଥିପାଇଁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି। ରଥଯାତ୍ରା ପରଠାରୁ ତିନିରଥ ଉତ୍ତରମୁହାଁ ହୋଇ ରହିଥିଲେ। ବାହୁଡ଼ାଯାତ୍ରା ପୂର୍ବପ୍ରସ୍ତୁତି ସ୍ବରୂପ ତିନିରଥକୁ ଦକ୍ଷିଣମୋଡ଼ ଦେଇ ସୁସଜ୍ଜିତ କରି ରଖାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୂତି କରାଯାଇଛି।

ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥକୁ ଦକ୍ଷିଣମୋଡ଼ କରାଯିବ। ଏହାପରେ ବଡ଼ ଠାକୁରଙ୍କ ତାଳଧ୍ବଜ ଓ ନନ୍ଦିଘୋଷକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯିବ। ଦକ୍ଷିଣମୋଡ଼ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀମନ୍ଦିର ବୈଷୟିକ ଟିମ୍ ଓ ପୂର୍ତ୍ତ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ୩ ରଥର ଯାଞ୍ଚ କରାଯାଇଛି । ୧୪ ତାରିଖ ନବମୀ ସନ୍ଧ୍ୟା ଦର୍ଶନ। ସକାଳ ୭ଟା ରୁ ଅପରାହ୍ନ ୫ଟା ଯାଏଁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଅପରାହ୍ଣ ୫ଟା ପରେ ଦର୍ଶନ ବନ୍ଦ ହୋଇ ୧୫ ତାରିଖରେ ହେବ ବାହୁଡ଼ାଯାତ୍ରା ।

Comments are closed.